ଆସୁଛି ଆଲୋକର ପର୍ବ : ହେଲେ ବନ୍ୟା ଉଜାଡି ଦେଇଛି କାଉଁରିଆ କାଠି ବ୍ୟବସାୟ !!!

0
277

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ . ଏହି ପର୍ବ ପବିତ୍ର ଦୀପାବଳୀରେ ପଲ୍ଲୀ ରୁ ଶ୍ରୀମନ୍ଦିର ବଡଦାଣ୍ତ ହୁଏ କାଉଁରିଆ କାଠି ଜ୍ଜଳନରେ ଆଲୋକମୟ । ବଡବଡିଆ ହୋ . ଗଙ୍ଗା ଜା .. ଗୟା ଜା… ଡାକରେ ହୁଏ ଚଉଦିଗ ମୁଖରିତ । ପୂର୍ବ ପୁରୁଷଙ୍କ ସ୍ମୃତି ତଥା ରାମଚନ୍ଦ୍ରଙ୍କ ବନବାସ ଫେରନ୍ତା ସମୟର କିଛି ପୌରାଣିକ କିମ୍ବଦନ୍ତୀକୁ ନେଇ ଉତ୍କଳର ସର୍ବ ପୁରାତନ ଦୀପ ଦାନର ପରମ୍ପରା ଦୀପାବଳୀ ପର୍ବ ଅନ୍ୟତମ । ସମଗ୍ର ଓଡିଶାରେ ଲଳିତା ଗଛରୁ ବ୍ୟବସାୟୀକ ଝୋଟ ଏବଂ ଦୀପାବଳୀ ପାଇଁ କାଉଁରିଆ କାଠି ର ଉତ୍ପାଦନ ପାଇଁ ପ୍ରସିଦ୍ଧ ଗାଁ ହେଉଛି ବାଙ୍କୀ ଡମପଡା ବ୍କକର ବିଲିପଡା ଗ୍ରାମ । ପ୍ରତିବର୍ଷ ଏହି ଗାଁରେ ଚାଷୀ ଭାଇ ମାନେ ପ୍ରାୟ ୫୦ରୁ ୬୦ ହେକ୍ଟର ଲଳିତା ଚାଷ କରିଥାନ୍ତି । କୃଷି ବିଭାଗ ମଞ୍ଜି ଓ ଔଷଧ ଯୋଗାଇ ଦେଉଥିବା ବେଳେ ପ୍ରସ୍ତୁତ ଝୋଟକୁ କ୍ରୟ କରିବାର ସୁବିଧା ସରକାର କରୁ ନାହାନ୍ତି । କେରଳ ଏବଂ କଲିକତାରେ ଚାଷୀଙ୍କ ଠାରୁ ସରକାର ସିଧାସଳଖ ଝୋଟ କ୍ରୟ କରନ୍ତି ସରକାର ।ଚଳିତ ବର୍ଷର ବନ୍ୟା ଏବଂ ଲଘୁଚାପ ଜନିତ ବର୍ଷାରେ ବିଲିପଡାର ଲଳିତା ଚାଷୀ ବହୁ କ୍ଷତି ସହିଛନ୍ତି । ଗଛ କାଟି ଗୋଛାକରି ଅମଳ ପାଇଁ ରଖିଥିବା ସମୟରେ ପାଣି ବୁଡେଇଥିବା ବେଳେ କିଛି ଭାସି ଯାଇଛି । ବନ୍ୟା ଛାଡିଲା ପରେ ଯାହାକିଛି ବାଉଁଶ ଭାଡ଼ି କରି ରଖିଥିଲେ, ସେଥିରୁ ଝୋଟ ସଂଗ୍ରହ କରି କାଠି ସବୁକୁ ଦୀପାବଳୀ ପାଇଁ ଖରାରେ ଶୁଖାଉଛନ୍ତି । କରୋନାର ତୃତୀୟ ଲହର ଆସୁଥିବା ବେଳେ କାଉଁରିଆ କାଠି କିପରି ବଜାରରେ ବିକ୍ରି ହେବ, ତାହାକୁ ଭାବି ଚିନ୍ତାରେ ଏବେ ଚାଷୀ ଏବଂ ବ୍ୟବସାୟୀ । ତା ସାଙ୍ଗକୁ ଝୋଟ ସବୁ ଶୁଖିଲା ପରେ ଚାଷୀଙ୍କ ଘରେ ପଡି ରହୁଛି । ଅଳ୍ପ କିଛି ସାଲେପୁର , ଜଗସିଂହପୁର ଅଞ୍ଚଳରୁ ବ୍ୟବସାୟୀ ଆସି କିଣୁଛନ୍ତି । ଝୋଟ ଚାଷକୁ ପ୍ରାଧାନ୍ୟ ଦେଇ ଆସୁଥିବା ବାଙ୍କୀ ବିଲିପଡାର ଚାଷୀମାନଙ୍କର ଝୋଟ ବିକ୍ରି ବଟା ଉପରେ ବାଙ୍କୀ ପ୍ରଶାସନ ଏବଂ କୃଷି ବିଭାଗ ଗୁରୁତ୍ୱ ଦେବାକୁ ଚାଷୀ ଭାଇମାନେ ଅନୁରୋଧ କରୁଛନ୍ତି । ପର୍ବ ଉତ୍ସବ ପରମ୍ପରା ସହ ଜଡିତ ଏହି ବ୍ୟବସାୟକୁ କାଳିଆ ବଳିଆ ସ୍କିମ ର ସରକାର କେବେ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା .

LEAVE A REPLY

Please enter your comment!
Please enter your name here