କଳାହାଣ୍ଡି ( ଆୱାଜ ମିଡିଆ ) – ରଜତ ପଟ୍ଟନାୟକ : ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅତି ସୁନ୍ଦର ଭାବରେ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ଥିବା ବିଦାୟୀ ସିଆରସିସି ନାହେଦା ଶାହିନ ତଥା ବରିଷ୍ଠ ଶିକ୍ଷୟିତ୍ରୀ କମଳ କୁମାରୀ, ନିଗାର ସୁଲତାନା ଓ ସୁରଭି ବାଳା ଦିଦି ଙ୍କୁ ମହା ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ଜଗନ୍ନାଥ ପୁରୋହିତ ,ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁଣ୍ଡ ଏବଂ ବିଆରସିସି ଜୟକୁମାର ମାଝୀଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷକ ସୁଢଳ ଦେବ ମୁଣ୍ଡଙ୍କ ପୋୖରହିତ୍ୟ ରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶିକ୍ଷୟିତ୍ରୀ ସୁରଭି ବାଳା ଦେବୀ ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀ , ସିଆରସିସି ନାହେଦା ଶାହିନ୍ କାର୍ଯ୍ୟ ପ୍ରଣାଳୀକୁ ଓ ନିରାଡମ୍ବର ସ୍ଵଭାବ ତଥା, ସ୍ନେହଶିକ୍ତ ରଜ୍ଜୁ ରେ ବାପୁଜୀ କ୍ଲଷ୍ଟର କୁ ଆଦର୍ଶ କ୍ଲଷ୍ଟର ଭାବରେ ଗଠନ କରିଥିବା ପ୍ରୟାସ କୁ ମନେ ପକେଇ ଧନ୍ୟବାଦ ଦେଇଥିଲେ। ସର୍ବ ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା।
ବିଦାୟୀ ସିଆରସିସି ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ।

