କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରେ ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ସମସ୍ୟା, ଅସମ୍ପୂର୍ଣ୍ଣ ଥିବା ଘରକୁ କିପରି ତୁରନ୍ତ ସମ୍ପୂର୍ଣ୍ଣ ହୋଇ ପାରିବ ଓ ଶ୍ରମିକ ମାନଙ୍କ ପଞ୍ଜିକରଣ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ବିଧାୟକ ଙ୍କ ସମେତ ଶ୍ରମିକ ସଂଘର ସଭାପତି ଭାଗିରଥି ଦଣ୍ଡିଆ, ସମ୍ପାଦକ ଅଜୟ ବିନ୍ଧାଣି, ପରାମର୍ଶ ଦାତା ସୀମାଞ୍ଚଳ ପାତ୍ର , ଉମା ଚରଣ ଦିଗାଲ, ରଜନି କାନ୍ତ ଦିଗାଲ, ସଞ୍ଜୀବ ଦିଗାଲ, ପ୍ରକାଶ ନାୟକ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶ୍ରମିକ ଯୋଗ ଦେଇଥିଲେ ।
ବିଶ୍ଵକର୍ମା ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ !!!

