ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବାଲୁଗାଁ ଥାନା ରେ ଦାବିପତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କଳାହାଣ୍ଡି ଜିଲ୍ଲା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳ ରୁ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ବାଲୁଗାଁ ତରଫରୁ ବିକ୍ଷୋଭ ଏବଂ ଦାବୀପତ୍ର ପ୍ରଦାନ . ବାଲୁଗାଁ ମଣ୍ଡଳ ଯୁବ ମୋର୍ଚା ସଭାପତି କାହ୍ନୁ ଚରଣ ପଲାଇ ଙ୍କ ନେତୃତ୍ୱ ରେ ଗାନ୍ଧୀ ଛକ ଠାରୁ ଏକ ରାଲି ବାହାରି ବାଲୁଗାଁ ପୋଲିସ ଥାନା ପର୍ଯ୍ୟନ୍ତ ବାଲୁଗାଁ ଥାନା ଆଇ ଆଇ ସି ରମାକାନ୍ତ ମହଲିକ ଙ୍କୁ ଦାବିପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଲୁଗାଁ ନଗର ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ତରାଇ , ଲଷ୍ମୀକାନ୍ତ ବେହେରା. ପ୍ରଶାନ୍ତ ପ୍ରଧାନ . ରତିକାନ୍ତ ତ୍ରିପାଠୀ , ପ୍ରଶାନ୍ତ ବେହେରା , ବବି ତରାଇ , ବରିଷ୍ଠ ନେତା ଲୋଚନ ମହାରଣା , ଯୁବ ନେତା ବାପୁନି ପ୍ରଧାନ ଏବଂ କେଦାର ମାଝୀ ଙ୍କ ସମେତ ବହୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *