ବାଙ୍କୀ ରେ କଂଗ୍ରେସ ର ୬ ଘଣ୍ଟିଆ ହରତାଳ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା କୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସର ୬ ଘଣ୍ଟିଆ ହରତାଳ ଡାକରାରେ ବାଙ୍କୀ ରେ ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ . କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବାଙ୍କୀରେ କଂଗେସ କର୍ମୀ ମାନଙ୍କ ଦ୍ୱାରା ଏକ ବିଶାଳ ବାଇକ ରାଲି ସମ୍ପୂର୍ଣ୍ଣ ବାଙ୍କୀ ସହର ପରିକ୍ରମା କରି ମମିତାକୁ ନ୍ୟାୟ ଦେବା ସହିତ ସମ୍ପୃକ୍ତ ମନ୍ତ୍ରୀଙ୍କ ଗିରଫ ଦାବି କଲା କଂଗ୍ରେସ. ଯଦି ରାଜ୍ୟ ସରକାର ଏ ଦିଗରେ କୌଣସି ଠୋସ ପଦକ୍ଷେପ ନ ନିଅନ୍ତି. ଏହାକୁ ନେଇ ଆଗାମୀ ଦିନରେ କଂଗେସ ମମିତାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓଲ୍ହାଇବ ଆଉ ଆନ୍ଦୋଳନ କୁ ତୀବ୍ର କରିବ ବୋଲି କଂଗ୍ରେସ ଯୁବ ନେତା ରମାକାନ୍ତ ସେଠି ଦେଲେ ଚେତାବନୀ . କଂଗ୍ରେସର ଏହି ୬ ଘଣ୍ଟିଆ ବନ୍ଦ ଡ଼ାକରାରେ ଅନେକ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିବାର ଦେଖିବାକୁ ମିଳିଛି . ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ବିଭିନ୍ନ ଛକ ମାନଙ୍କରେ ପୋଲିସ ରହିଛନ୍ତି ମୁତୟନ .

Leave a Reply

Your email address will not be published. Required fields are marked *