ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ମେସିନ ଗାଏବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ କକ୍ଷରୁ ଏକ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍ ହୋଇ ଯାଇଥିବାର ଅଭିଯୋଗ ହେଉଛି । ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ମହାବିଦ୍ୟାଳୟ କକ୍ଷରୁ କିପରି ଗୁରୁତ୍ୱପୂର୍ଣ ଯନ୍ତ୍ରପାତି ଚୋରି ହେଇଛି ତାହା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *