ଖରଡ଼ି ମୁଖ୍ୟ ରାସ୍ତାରୁ ଚୋରା ଲୁହାପ୍ଲେଟ ବୋଝେଇ ଟ୍ରକ ଜବତ : ଡ୍ରାଇଭର ହେଲ୍ପର ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ମୁଖ୍ୟ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ 14 ଚକିଆ ଟ୍ରକ ( ନଂJH-10-BP-1033 ) ରେ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଚୋରା ଲୁହା ପ୍ଲେଟ ଭୁବନ ଅଞ୍ଚଳରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସମୟରେ ସୁକିନ୍ଦା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ଜବତ କରିଛି . ସୁକିନ୍ଦା ଥାନାର ଏସଆଇ ନିର୍ମଳ ସେନାପତିଙ୍କ ନେତୃତ୍ୱରେ ଏକ ଟିମ ଖରଡ଼ି ମୁଖ୍ୟ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅତର୍କିତ ଚଢ଼ାଉ କରି ଚୋରା ଲୁହାପ୍ଲେଟ ବୋଝେଇ ଟ୍ରକଟିକୁ ଜବତ କରି ସୁକିନ୍ଦା ଥାନାରେ ଅଟକ ରଖି ଟ୍ରକ ଡ୍ରାଇଭର ଏମଡି ଅଜିଜ ଓ ହେଲ୍ପର ଏମଡି ଆଜାରୋଦିନକୁ ଗିରଫ କରିଛନ୍ତି . ମାମଲା ରୁଜୁକରି ଡ୍ରାଇଭର ଏବଂ ହେଲ୍ପର କୁ ବିଚାରଧୀନ ଅଦାଲତକୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନାର ଏସଆଇ ନିର୍ମଳ ସେନାପତି ।

Leave a Reply

Your email address will not be published. Required fields are marked *