ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପିଡ଼ିଏସ ସାମଗ୍ରୀ ସନ୍ଦେହରେ ଗତକିଛି ଦିନ ତଳେ ବାଣପୁର ପୁଲିସ ଏକ ଟାଟାଏସି ଗାଡିକୁ ଜବତ କରିଥିଲେ । ଜବତ କଲା ପରେ ଜଣାଯାଇଥିଲା ଉକ୍ତ ଗାଡ଼ିରେ ୫୦ କିଗ୍ରା ୩୨ ପ୍ୟାକେଟ ଏବଂ ୨୫ କିଗ୍ରା ୬ ପ୍ୟାକେଟ ଗହମ ରହିଥିବା ସହ ଓଡିଶା ଯୋଗାଣ ନିଗମର ପ୍ରାୟ ୫୦୦ରୁ ଉର୍ଦ୍ଧ ଖାଲି ଗହମ ଅଖା ମହଜୁଦ ଥିଲା । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଭେଟେଶ୍ୱର ପଞ୍ଚାୟତ ଅଞ୍ଚଳରୁ ଗହମ ଚାଲାଣ ହେଉଥିବାର ଜଣା ପଡିବା ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ଗିରଫ କରିବା ପାଇଁ ଜୋର ଧରିଛି ଦାବୀ .

ବାଣପୁର ବ୍ଳକ ସମ୍ମୁଖରେ ଆଜି ପିଡ଼ିଏସ ଚୋରା ସାମଗ୍ରୀକୁ ନେଇ ବିଜୁ ଜନତା ଦଳ ତରଫରୁ ଧାରଣ ଦିଆ ଯାଇଛି । ଏକ ବିଶାଳ ରାଲ୍ଲି ବାଣପୁର କୋର୍ଟ ରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ପଦଯାତ୍ରା କରି ବ୍ଳକ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେଡି କର୍ମୀ . ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ଙ୍କୁ ବହିଷ୍କାର ଓ ଗିରଫ ଦାବି କରିବା ପାଇଁ ଧାରଣାରେ ବସିଛନ୍ତି . ପୋଲିସ ପିଡ଼ିଏସ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଥିଲେ ମଧ୍ୟ କୌଣସି କାର୍ଯ କରି ନଥିବା କହିଛନ୍ତି ବିଜୁ ଜନତା ଦଳର କର୍ମୀ ।।

