ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ସେବା କାର୍ଯ୍ୟକ୍ରମ ପହଞ୍ଚିଲା ୬୨୧ ଦିନରେ ।

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତି ମଧ୍ୟରେ ୬୨୧ତମ ଦିବସରେ ପହଞ୍ଚିଛି । ଚଳିତ ସପ୍ତାହ ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ମଙ୍ଗଳବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଛକ, ବଜାର, ରେଲୱେ ଷ୍ଟେସନ, ରେଲୱେ ପ୍ଲାଟଫର୍ମ, ବସ୍ତି ଆଦି ସ୍ଥାନ ମାନଙ୍କରେ ବୁଲି ବୁଲି ଗରିବ ,ଅସହାୟ, ଭିକ୍ଷୁକ ,ପାଗଳା ପାଗିଳି ଆଦିଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର, ମାକ୍ସ,ସାବୁନ, ସାନିଟାଇଜର, ଓ.ଆର.ଏସ, ସାନିଟାଇଜର ପାଉଜ୍ ପ୍ୟାକେଟ ସହ ଆର୍ଥିକ ସହାୟତା ଯୋଗାଉଥିବାର ଦେଖିବାକୁ ମିଳିଥିଲା । ଏଥିରେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ରମେଶ ଚନ୍ଦ୍ର ନାୟକ, ଧୀରେନ କୁମାର ମାଝୀ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *