ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅଞ୍ଚଳରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ବିଗତ ଦିନରେ କୁହୁଡ଼ି , ରତନପୁର, ସୋରଣ ଅଞ୍ଚଳରେ ମଦ ପିଇ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି । ମଦ ଯୋଗୁଁ ଚୋରି ଡକାୟତି ରାହାଜାନୀ , ଘରୋଇ ହିଂସା ଭଳି ଅପରାଧ ଏହି ଅଞ୍ଚଳରେ ପ୍ରତିଦିନ ଘଟୁଛି । ତେଣୁ ଏହାକୁ ବିରୋଧ କରି କୁହୁଡ଼ି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ହାତରେ ପ୍ଲାକାର୍ଡ଼ ଧରି ମଦ ବିରୋଧୀ ସ୍ଲୋଗାନ ଦେଇଥିଲେ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୁହୁଡ଼ି ରାଜସ୍ୱ ନିରୀକ୍ଷକ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ମଦ ଦୋକାନ ଖୋଲିଵା ନିଷ୍ପତ୍ତିକୁ ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନକୁ ତୀବ୍ର କାରାଯିବ ବୋଲି ସ୍ଥାନୀୟ ଲୋକ କହିଥିଲେ ।
ସରକାରୀ ମଦ ଦୋକାନ ଖୋଲିବା ନିଷ୍ପତ୍ତି କୁ ବିରୋଧ କରି ପ୍ରତିବାଦ ପଦଯାତ୍ରା !!!

