କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନ ରେ ଗଢି ଉଠିଥିବା ଅଣ ରାଜନୈତିକ ସଂଗଠନ “ୟୁଥ ଫର୍ ଆକ୍ସନ୍” ବହୁ କମ୍ ଦିନ ମଧ୍ୟରେ ସମଗ୍ର ଓଡିଶା ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏ ନେଇ ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲା ପାଇଁ ଏକ ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ ରାଜ୍ୟ ସହ-ସଂଯୋଜକ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ସାର୍ଥକ ମୁନି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ନବନିଯୁକ୍ତ ସଦସ୍ୟ ମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ସିଂ ନିଜ ଅଭିଭାଷଣ ରେ କନ୍ଧମାଳ ରେ କିପରି ଯୁବ ନେତୃତ୍ୱର ବିକାଶ ହେବା ସହ ଯୁବ ପିଢି କିପରି କର୍ମନିଯୁକ୍ତ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମ ସ୍ତର ରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକ ମାନଙ୍କୁ ଆହ୍ଵାନ ଦେଇଥିଲେ ।

