କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ଘଟଣାର ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପୋଲିସ ଅଭିଯୋଗ ଅନୁଯାୟୀ ସେମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ । ହେଲେ କୋର୍ଟରେ ସମସ୍ତ ଅଭିଯୋଗ ପ୍ରମାଣ ଅଭାବରୁ ଭୁଲ ପ୍ରମାଣିତ ହୋଇଛି । ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର ୧୨୨ /୦୭ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା । ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ତେବେ ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଗଗନ ସାହୁ ଏହି ୫୬ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଉର୍ଦ୍ଧ୍ଵ ସାକ୍ଷୀ ମାନଙ୍କ ବୟାନରେ ତାଳମେଳ ନଥିଲା ବୋଲି କୋର୍ଟ କହିଛି l ଅଭିଯୁକ୍ତ ମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା କେସ୍ ଲଢୁଥିଲେ । ଏହି ମାମଲାର ରାୟ ଦଙ୍ଗା ଘଟିବାର ୧୪ବର୍ଷ ପରେ ପ୍ରକାଶ ପାଇଛି ।
୨୦୦୭ କନ୍ଧମାଳ ଦଙ୍ଗା ଘଟଣା : ୧୪ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ !!!

