ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି !!!

Spread the love

କଟକ ସଦର (ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଓଡ଼ିଶାର ପ୍ରଥମ ରାଜବନ୍ଦୀ ତଥା ମହାନ ସାରସ୍ୱତ ସାଧକ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କର ୧୨୦ ତମ ଜୟନ୍ତୀ ଚଳିତ ଡିସେମ୍ବର ମାସ ୧୭ ତାରିଖରେ କିଶନନଗର ରାଜକୃଷ୍ଣ ବୋଷଙ୍କ ସ୍ମୃତିସ୍ତମ୍ଭ ନିକଟରେ ଅପରାହ୍ନ ୩.୦୦ ଘଟିକା ସମୟରେ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ପ୍ରତିଭାଧାରୀଙ୍କୁ ଉତ୍କଳ କଳା ପ୍ରତିଭା ସମ୍ମାନ – ୨୦୨୧ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସଦୟ ଉପସ୍ଥିତି ପାଇଁ ପରିଷଦର ସଭାପତି ଯୁବ ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *