ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ ଅବସ୍ଥିତ ଖୋଲା ଆକାଶ ବୁକୁରେ ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ବଳରାମ ସାହୁ ଙ୍କ ପୋରହିତ୍ୟରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କିଶୋର ପଟେଲ, ବଳଭଦ୍ରପୁର ଏବଂ କେନ୍ଦୁପଲ୍ଲୀ ପଞ୍ଚାୟତର ସରପଞ୍ଚ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି . କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ଆଡ଼ଭୋକେଟ ପ୍ରଦୀପ କୁମାର ପଟ୍ଟନାୟକ , ଚିତ୍ତରଞ୍ଜନ ସାହୁ ପ୍ରମୂଖ ଅତିଥି ଭାବରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ . ଆଗାମୀ ଦିନରେ ଖୋଲା ଆକାଶ ଅନୁଷ୍ଠାନକୁ ବିଦ୍ୟୁତ ସଂଯୋଗ ସହିତ ସ୍ଥାୟୀ ପକ୍କା ରାସ୍ତା କରିବାକୁ ପୂର୍ବତନ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଖଣ୍ତପଡାର ମଣିପୁର ମହିଳା ମଣ୍ତଳ ଏବଂ କେନ୍ଦୁପଲ୍ଲୀର ଆଦିଶକ୍ତି ମହିଳା ମଣ୍ତଳଙ୍କ ଦ୍ୱାରା ସଂକୀର୍ତ୍ତନ କରାଯାଇଥିଲା । ୧୮ ଏବଂ ୧୯ ତାରିଖ ଦୁଇ ଦିନ ଧରି ପୁରୀର କୁନି ପ୍ରବଚକ କେଶବ ଦାସ ଦ୍ବିତିକୃଷ୍ଣ୍ଣା ହରିକଥା ପ୍ରବଚନ ପ୍ରଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଦୃଷ୍ଟିବାଧକ ସଂଗୀତପ୍ରେମୀଙ୍କ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ କୁ ବହୁ ସାଂସ୍କୃତିକ ପ୍ରେମୀ ଓ ଗ୍ରାମବାସୀ ଉପଭୋଗ କରିଥିଲେ । ଖୋଲା ଆକାଶର କୈବର୍ତ୍ତ ଭାଇମାନେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରାଇଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ଖୋଲାଆକାଶ ଆୟୋଜିତ !!!

