ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ !!!

Spread the love

ବାୟୁସେନା ହେପିକ୍ୟାପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀର ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି . ବାଙ୍କୀ ସଦର ମହକୁମା ସ୍ଥିତ ରୁଚିକା ମାର୍କେଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାୟୁସେନା ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିବା ବୀର ସହିଦ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରା ଯାଇଥିଲା . ଅନୁଷ୍ଠାନର ସଭାପତି ଅରବିନ୍ଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କୀ ଅଞ୍ଚଳର ଛାପା , ବୈଦ୍ୟୁତିକ ଏବଂ ୱେବ ମିଡ଼ିଆର ବହୁ ପ୍ରତିନିଧି ଉପସ୍ଥିତ ରହିଥିଲେ . ସଂଘର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ସମନ୍ୱୟ ରଖି ଆଗାମୀ ଦିନରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସମୟରେ ଖୁବ ଶୀଘ୍ର ସଂଗଠନର କାର୍ଯ୍ୟାଳୟ ଖୋଲିବା ନେଇ ସ୍ଥିର ହୋଇଥିବା କଥା ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ଦଳେଇ ସୂଚନା ଦେଇଛନ୍ତି . ସଂଘର ସାଙ୍ଗଠନିକ ବୈଠକରେ ପ୍ରଶାନ୍ତ କର , ଅଶୋକ ରଣା , ଅନନ୍ତ ପଟ୍ଟନାୟକ , ମାନସ ରଞ୍ଜନ ସାହୁ , ପଦ୍ମନାଭ ମିଶ୍ର , ଅନନ୍ତ ରଣା , ଶୁଭେନ୍ଦୁ ମହାପାତ୍ର , ଅଜିତ କୁମାର ରଣା ପ୍ରମୂଖ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *