ରକ୍ତଦାନ କରି ନିଆରା ଢଙ୍ଗରେ ପ୍ରଥମ ବିବାହ ବାର୍ଷିକୀ ପାଳିଲେ ଯୁବ ସମାଜସେବୀ ହେମନ୍ତ କୁମାର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ୭ ମ ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ବରୀ ବ୍ଲକ ବାଲିବିଲ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି . କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଶାଖା ସହାୟତାରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ, ବିସିଟି ବରୀ ଶାଖା ସଂଯୋଜକ ବିଜୟ ସାହୁ, ତୁଷାର ଶାନ୍ତି, ବିରେନ୍ ରାଉତ, ସଂଗ୍ରାମ ସାହୁ, ସଦିଚ୍ଛା ସାମଲ, ରତ୍ନାକର ସାମଲ, ରଞ୍ଜନ ସାମଲ, ଇଂ.ଅଭିଳାଷ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହ ବିଷ୍ଣୁପ୍ରିୟା ଦେବୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଶିବିରରେ ପ୍ରଥମ ବିବାହ ବାର୍ଷିକୀରେ ଯୁବ ସମାଜସେବୀ ତଥା ଟ୍ରଷ୍ଟର ପିପିଲି ଶାଖା ସଂଯୋଜକ ହେମନ୍ତ ଦାସ ଏବଂ କାମିନୀ ବେହେରା ଦମ୍ପତି ଯୋଗଦେବା ସହ ସାମାଜିକ କର୍ମୀ ହେମନ୍ତ ରକ୍ତଦାନ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *