ଅଭିଯୋଗର ଦଶଦିନ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍କକରେ ଦୁର୍ନୀତି ସୀମା ଟପିଥିବା ବେଳେ ଭାପୁର ପଞ୍ଚାୟତ ଖଇରିଗାଡିଆ ଗ୍ରାମରେ କାମ ନକରି ୨୪ ଲକ୍ଷ ଚଳୁ ହୋଇଥିବା ଗ୍ରାମବାସୀ ମାନେ ବିଡିଓଙ୍କୁ ଫେରାଦ ହୋଇଥିଲେ । ଅଭିଯୋଗର ଦଶଦିନ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଖଇରିଗାଡିଆ ଗ୍ରାମରେ ୨୦୨୦-୨୧ ଆର୍ଥିକ ବର୍ଷରେ ପାଣିଚୁଆ ନିମନ୍ତେ ୮ ଲକ୍ଷ ଟଙ୍କା , ନିମଚୁଆ ନିମନ୍ତେ ୮ ଲକ୍ଷ ଟଙ୍କା ଓ ଖଇରିଗାଡିଆ ଗ୍ରାମ ଠାରୁ ମନ୍ଦାରବେଣୀ ରାସ୍ତା ନିମନ୍ତେ ୮ଲକ୍ଷ ଟଙ୍କା ମୋଟ ୨୪ ଲକ୍ଷ ଟଙ୍କା ମାଟି ଗାଣ୍ଡୁଏ ନ ଉଠାଇ ଫଲସ ବିଲ୍ କରି ନେଇଥିବାର ଅଭିଯୋଗ ଆଣିଥିଲେ ଗ୍ରାମବାସୀ ।

ବ୍କକର କେତେକ ଦଣ୍ଡିଆ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଗ୍ରାମବାସୀଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଚଳୁ କରି ନେଇଛନ୍ତି । ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ଗଠିତ ଗ୍ରାମ୍ୟ କମିଟି ଦ୍ୱାରା ଭଲ କାମ ହୋଇଥାଏ । ହେଲେ ଗ୍ରାମ୍ୟକମିଟି କିମ୍ବା ଗ୍ରାମବାସୀ କାହାକୁ ନଜଣାଇ ବିଲ୍ କରାଯାଇଥିବା ସୂଚନା ଅଧିକାର ବଳରେ ଜାଣିବାକୁ ପାଇଥିଲେ । ଗ୍ରାମବାସୀ ମାନେ ଏକାଠି ହୋଇ ଭାପୁର ବିଡିଓଙ୍କୁ ତଦନ୍ତ ପାଇଁ ଫେରାଦ ହେବା ସହ ସାତ ଦିନ ସମୟ ଭିତରେ ତଦନ୍ତ ପାଇଁ କହିଥିଲେ । ତେବେ ଅହୋଜିଗର ଦଶଦିନ ପରେ ଆରମ୍ଭ ହୋଇଛି ତଦନ୍ତ ।

ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସାହୁ ନିଜେ ସକାଳ ସମୟରେ ତଦନ୍ତ ପାଇଁ ଯାଇଥିଲେ । ଅପରାହ୍ନ ସମୟରେ ଆବ୍ୟୁସମ୍ୟାନ ନୟାଗଡ ମନରେଗା ମୁଖ୍ୟ ଗିରିଶ ଚନ୍ଦ୍ର ଦାଶ ଓ ଭାପୁର ବ୍କକ ମନରେଗା ମୁଖ୍ୟ ଅରୁଣ କୁମାର ଚିନରା ତଦନ୍ତ କରି ଫେରିଥିଲେ । ତେବେ ସରକାରୀ କଳକୁ ଅପବ୍ୟବହାର କରି ନିର୍ମାଣ କାମ ପାଇଁ ଆସିଥିବା ଟଙ୍କା ଚଳୁ କରିଥିବା ବ୍ୟକ୍ତିଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର .

Leave a Reply

Your email address will not be published. Required fields are marked *