ବିଚ ରାସ୍ତାରେ ବେଜିତ ହେଲେ ବଡମ୍ବା ବିଧାୟକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଚ ରାସ୍ତାରେ ବେଜିତ ହେଲେ ବଡମ୍ବା ବିଧାୟକ . ରାଜନୈତିକ ସମାବେଶ ସମୟରେ ବିଧାୟକ ଦେବୀ ମିଶ୍ରଙ୍କୁ ମାଇଲେ ଧକା . ଅପ୍ରସ୍ତୁତ ପରିସ୍ଥିତିରେ ପଡି ସର୍ବସାଧାରଣରେ ହଟହଟା ହେଲେ ବଡ଼ମ୍ବା ନରସିଂହପୁର ବିଧାୟକ ଦେବୀ ମିଶ୍ର । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀଙ୍କୁ ଡାକି ନିଜ ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା କରି ନିଜର ପତିଆରା ଦେଖାଇବା ବେଳେ ଦେବୀ ମିଶ୍ରଙ୍କୁ କିଛି ଯୁବକ ଧକା ବେକା ମାରିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାସେଳିହତା ପଞ୍ଚାୟତରେ ଏପରି ଘଟଣା ଘଟିଥିବାର ଜଣାଯାଇଛି , ତେବେ ସୂଚନା ଅନୁସାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଥିବା ଅସନ୍ତୋଷ କାରଣରୁ ଏପରି ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *