ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅବକାରୀ ବିଭାଗର ଚଢ଼ାଉ ସମୟରେ 55 ଲିଟର ଚୋରା ଦେଶୀ ମଦ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇ ଥିବାର ସୂଚନା ମିଳିଛି . ସୂଚନା ଅନୁଯାୟୀ , ବାଙ୍କୀ ଯାତମୁଣ୍ଡିଆ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ମଦ କାରବାରରେ ସମ୍ପୃକ୍ତ ଯାତମୁଣ୍ଡିଆ ଛକର କେଶବ ରଣା , ବରପାଟଣା ର ବିନୋଦ ସାମଲ ଏବଂ ଢସର ଗ୍ରାମର ସମାର ରାଉତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି . ମଦ ଚାଲାଣ ରେ ବ୍ୟବହୃତ ହେଉଥିବା ଏକ ସିଡ଼ି ଡିଲକ୍ସ ଗାଡି ମଧ୍ୟ ଜବତ କରାଯାଇଛି .