ମଦୁଆ ଙ୍କ ଆଡାସ୍ଥଳି ପାଲଟିଛି ନିଶ୍ଚିନ୍ତକୋଇଲି ବ୍ଲକ ପରିସର ||

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସର୍ବସାଧାରଣ କାର୍ଯ୍ୟାଳୟରେ ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା . କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହର ସମୟରେ ମଦ ପିଇ ମାତାଲ ହୋଇ ପଡି ରହୁଛନ୍ତି ଲୋକ . ନିଶ୍ଚିନ୍ତକୋଇଲି ବ୍ଲକ ପରିସର ଭିତରେ ଜଣେ ଵ୍ୟକ୍ତି ଅତ୍ୟଧିକ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଗୋଟିଏ ଜାଗାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା . ଓମିକ୍ରନ ସଂକ୍ରମଣ କୁ ଆଖିରେ ରଖି ସରକାର ଇଂଗ୍ରାଜୀ ନବବର୍ଷ ପାଳନ ଉପରେ କିଛିଟା କଟକଣା ଲଗାଇଛନ୍ତି , ତେବେ ସେହି ସମୟ ରେ ଦିନ ଦ୍ୱିପ୍ରହର ସମୟରେ ବ୍ଲକ ଅଫିସ ପରିସରରେ ଜନୈକ ବ୍ୟକ୍ତି ପଡିଥିଲେ ମଧ୍ୟ କୋୖଣସି ବ୍ଲକ ପଦଅଧିକାରୀ ଙ୍କ ନଜର ପଡିନଥିଲା ।

ଘଟଣା ସମ୍ପର୍କରେ ଫୋନ କଲ୍ ମାଧ୍ୟମରେ ଆମ ପ୍ରତିନିଧି ବିଡ଼ିଓ ଙ୍କ ସହିତ କଥା ହେବାପରେ , ମଣ୍ଡଳ ଉନ୍ନୟନ ଅଧିକାରୀ ନିଜର ପ୍ରତିକ୍ରିୟା ରଖିଥିଲେ । ବ୍ଲକ କାର୍ଯ୍ୟାଳୟ ପରି ଏକ ସର୍ବ ସାଧାରଣ ସ୍ଥାନରେ ସାମାନ୍ୟତମ ସୁରକ୍ଷା ବ୍ୟବସ୍ଥା ନରହିବାରୁ , ଲୋକେ ଏହା ପରିସର ଭିତରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପଡି ରହୁଛନ୍ତି . ବିଭିନ୍ନ କାମ ପାଇଁ ପ୍ରତ୍ୟେହ ବହୁ ଲୋକ ଏପରିକି ମହିଳା ହିତାଧିକାରୀ , ମହିଳା ପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଏପରି ଘଟଣା ପ୍ରତି ବ୍ଲକ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି .

Leave a Reply

Your email address will not be published. Required fields are marked *