ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ଗତ 21 ତାରିଖରେ ସେମାନଙ୍କୁ ଫୋନ ଯୋଗେ କୁହାଯାଇଥିଲା ଯେ ମଣ୍ଡି ପରିଚାଳନା ନିମନ୍ତେ ଗୋଷ୍ଠୀ ଚୟନ କରାଯିବ କିନ୍ତୁ ପରବର୍ତ୍ତୀ ସମୟରେ କୋୖଣସି ଆଲୋଚନା ନ କରି କେଉଁ ଯୋଗ୍ୟତା ଆଧାରରେ ନିର୍ଦ୍ଦିଷ୍ଟ ଏକ ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏକ ତରଫା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ନେଇ ଦେଖା ଦେଇଛି ଉତ୍ତେଜନା । କେଉଁ ଯୋଗ୍ୟତା ର ଅଭାବ କାରଣରୁ ସେମାନେ ଦାୟିତ୍ୱ ପାଇବାରୁ ବଞ୍ଚିତ ତାହା ପ୍ରଶ୍ନ କରିଛନ୍ତି । ଏଣୁ କେରାଣ୍ଡି ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ . ଦାୟିତ୍ୱ ନେଇଥିବା ଗୋଷ୍ଠୀକୁ ମଣ୍ଡି ପରିଚାଳନା ରୁ ନିବୃତ୍ତ କରି , ଓଁ ନମଃ ଶିବାୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ପାଇଁ ଜୋରଦାର ଦାବୀ କରିଥିଲେ ବିକ୍ଷୋଭକାରୀ .