ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆରମ୍ଭ ହୋଇଛି ଭାଲୁ ଉତ୍ପାତ . ନୟାଗଡ ପୁରୁଣା ସହରରେ ନୂତନ ଶୈଳୀ ରେ ଚୋରି କରୁଛି ଭାଲୁ । ଭୁବନେଶ୍ୱର ବମିଖାଲ ଅଞ୍ଚଳ ଭାଲୁ ଓରଫ ସରୋଜ ମହାନ୍ତି ନୟାଗଡ଼ ଓଲଡ଼ ଟାଉନ ରେ ରହି ଚଳାଇଛି ଚୋରି ର ଆତଙ୍କ । ଘରକୁ ଘର ବୁଲି ଇଲେକ୍ଟ୍ରି ସରଞ୍ଜାମ , ଗ୍ୟାସ , ଏସି ମେକାନିକ କହି ଘର ଭିତରେ ପଶି ବୁଲାଉଛି କଳାକନା । କିଛିଦିନ ତଳେ ସାମ୍ବାଦିକ ଙ୍କ ଘରୁ ଲାପଟପ୍ , ଓଲଡ଼ ଟାଉନ ରେ ଜଣଙ୍କ ଘରୁ ମୋବାଇଲ ଫୋନ, ସାଇକେଲ, ଗାଡିରୁ ତେଲ ଏବଂ ପାର୍ଟ୍ସ , ଗ୍ୟାସ ଟାଙ୍କି ଚୋରି କରି ନୟାଗଡରୁ ଫେରାର ଥିବା ଭାଲୁ ବର୍ତ୍ତମାନ ଆସି ପୁଣି ଥରେ ତାର ଚୋରି ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ନୟାଗଡ଼ ଯଦୁମଣି ନଗରରେ ନିଜକୁ ମେକାନିକ କହି ଘର ଭିତରକୁ ଗ୍ୟାସ ଚୁଲା ସଫା କରିବାକୁ ଯାଇ ଗ୍ୟାସ ଟାଙ୍କି , ସାଇକେଲ, ଠାକୁର ଘରୁ ପୂଜା ସାମଗ୍ରୀ ଆଦି ଚୋରି କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଛି ଚୋର ଭାଲୁ । ଲୋକମାନେ ଭାଲୁ କୁ ଧରି ଟାଉନ ଥାନା ପୋଲିସ ଜିମା ଦେଇଛନ୍ତି । ବିଗତ ଦିନରେ ଭାଲୁ ର ମୋହିନୀ ପ୍ରେମ ରେ ପଡି ପୋଲିସ ଭାଲୁ କୁ ଅଟକ ରଖି କେବଳ କେଶ କାଟି ଛାଡି ଦେଇଥିବାରୁ ତତ୍କାଳୀନ ଜଣେ ପୋଲିସ କର୍ମଚାରୀ ଲୋକ ମାନଙ୍କ ବିଶ୍ୱାସ ହରାଇଥିଲେ . ତେବେ ବର୍ତ୍ତମାନ ପୋଲିସ ର କାର୍ଯ୍ୟପନ୍ଥା କଣ ରହୁଛି ଜନସାଧାରଣ ତାହା ଉପରେ ଦୃଷ୍ଟି ରଖିଛନ୍ତି ।
ନୂତନ ଶୈଳୀ ରେ ଚୋରି କରୁଛି ଭାଲୁ !!!

