ଦଶପଲ୍ଲା ଏନଏସି ରେ ବିଧାୟକ ଙ୍କ ଜୋରଦାର ପ୍ରଚାର !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ଏନଏସି ରେ ପୌର ନିର୍ବାଚନ ର ବିଗୁଲ ବାଜିଲା ପରେ ବିଜୁ ଜନତା ଦଳର ଜୋରଦାର ପ୍ରଚାର ଚାଲିଥିବା ବେଳେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ଏନଏସି ର କାଉନସିଲର ଓ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ପଂଚାୟତ ନିର୍ବାଚନ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ , ଗଣିଆ ଓ ନୂଆଗାଁ ବ୍ଲକ ରେ ବିଧାୟକଙ୍କ ନେତୃତ୍ୱରେ ଦଳ ଆଖି ଦୃଶିଆ ସଫଳତା ପାଇଥିବା ବେଳେ ପୌର ନିର୍ବାଚନରେ ବିଜୁ ଜନତା ଦଳ ସତ ପ୍ରତିଶତ ସିଟ ରେ ବିଜୟୀ ହେବେ ବୋଲି ବିଧାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *