ଗଜପତିରେ ମୁଦ୍ରା ମେଳା ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଏସବିଆଇ ମୁଖ୍ୟ ଶାଖା ପ୍ରାଙ୍ଗଣରେ ମୁଦ୍ରା ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସ୍ଥିତ ଆର ବି ଆଇ ଆଞ୍ଚଳିକ କାର୍ଯ୍ୟାଳୟ ର ଜେନେରାଲ ମ୍ୟାନେଜର କେଶବ କରକରା ଯୋଗ ଦେଇ ଆର ବି ଆଇ ଦ୍ବାରା ମୁଦ୍ରା ପ୍ରଚଳନ ବିଷୟରେ ଅବଗତ କରାଇଥିଲେ।ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ମୁଦ୍ରା ଲୋକଙ୍କର ଦୈନନ୍ଦିନ ଜୀବନରେ ଆବଶ୍ୟକତା ପୂରଣ କରିଥାଏ।ବଜାର ରେ ଖୁଚୁରା ପଇସା ଅଭାଵ ଦୂର କରିବା, ଖୁଚୁରା ପଇସା ବଜାରରେ ନ ମିଳିଲେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉ ଥିବା ସହିତ ଦୋକାନୀ ମଧ୍ୟ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ଏହି ମେଳା ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହେଲା ବଜାରରେ ଖୁଚୁରା ପଇସା ର ସମସ୍ୟା ଦୂର କରିବା।ବ୍ୟାଙ୍କ ପରିସରରେ ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ,ଦଶ ଟଙ୍କିଆ ଓ କୋଡିଏଟଙ୍କିଆ ମୁଦ୍ରା ନେବା ପାଇଁ ବହୁ ସଂଖ୍ୟକ ଦୋକାନୀ ବ୍ୟବସାୟୀ ଓ ସାଧାରଣ ଜନତା ନୋଟ ବଦଳରେ ମୁଦ୍ରା ନେଇଥିଲେ।ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟକ ମହା ପ୍ରବନ୍ଧକ ଆଲୋକ ରଞ୍ଜନ ରଣାରାହୁ, ଷ୍ଟେଟବ୍ୟାଙ୍କ ରିଜିଓ ନାଲ ମେନେଜର ଶ୍ରୀ ଶଶାଙ୍କ ଶେଖର ନାୟକ,ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ପଲ ଏବଂ ରାୟଗଡା ସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ମଞ୍ଚା ସିନ ଥିଲେ।ଏହାକୁ ମ୍ୟାନେଜର ଶ୍ରୀ ଗଣେଶ ଚନ୍ଦ୍ର ବେହେରା ଓ ବ୍ୟାଙ୍କ ସହାୟକ ଶ୍ରୀ ମାନସ ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ବ୍ୟାଙ୍କ ଗ୍ରାହକ ଦୋକାନୀ ଓ ବ୍ୟବସାୟୀ ଏବଂ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *