ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଚାଲିଛି ଦୋଳ ମେଲଣ ର ପର୍ବ । ବୁଢ଼ା ଠୁ ଛୁଆ ସମସ୍ତେ ମସଗୁଲ୍ । ଆଉ ପୋଲିସ ଏଥିରୁ ବାଦ୍ ପଡନ୍ତା କେମିତି । ଆଇନ ଶୃଙ୍ଖଳା ଚୁଲିକି ଯାଉ । ଆମେ କିନ୍ତୁ ମେଲଣ ରେ ମସଗୁଲ୍ ହେବୁ ! ଏପରି ଘଟଣା ସାମନାକୁ ଆସିଛି କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରୁ । ଯେଉଁଠି ଥାନା ବାବୁ ସହ ଅନ୍ୟ ଅଧିକାରୀ ମାନେ ଦୋଳ ମେଲଣ ରେ ପୁରା ମସଗୁଲ୍ । କିଏ ମଲେ କେତେ , ଗଲେ କେତେ ତାଙ୍କର ଯାଏ କେତେ ଆସେ କେତେ । ମାସ ଶେଷରେ ଲୋକଙ୍କ ଟ୍ୟାକ୍ସ ପଇସା ରେ ମୋଟା ଅଙ୍କର ଦରମା ତ ମିଳୁଛି । ଆଉ ପ୍ରୋବେଲେମ୍ କ’ଣ ? ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧୀନସ୍ଥ ଜମରା ଗାଁ ର ଘଟଣା । ଏହି ଗାଁ ର ଶ୍ରୀନିବାସ ସ୍ୱାଇଁ ଙ୍କ ପତ୍ନୀ ନିଜର ୨ କୋମଳମତୀ ଝିଅ ଙ୍କୁ କେରିଲୋ ଗାଁ ର ବିବାହିତ ସଂଜୟ ମଳିକ ଜୋର ଜବରଦସ୍ତ ଗତ ୧୭ ତାରିଖ ରୁ କୁଆଡେ ନେଇ ଯାଇଥିବା ଲିଖିତ ଅଭିଯୋଗ ନେମାଳ ଥାନାରେ ଦେଇଥିଲେ ସୁଦ୍ଧା ନେମାଳ ପୋଲିସ କାଳେ ଥାନା ମେଲଣ ରେ ବ୍ୟସ୍ତ ଅଛି କହି ଘଟଣା କୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ କରିଛନ୍ତି ଶ୍ରୀନିବାସ । ଏ ବାବଦରେ ଆମେ ଫୋନ୍ ଯୋଗେ ନେମାଳ ଥାନା ଅଧିକାରୀ ଉମେଶ ସାହୁଙ୍କୁ ପଚାରିବାରୁ ସେ କହିଲେ , ୩ ଥର ତା ସ୍ତ୍ରୀ କୁ ଆଣି ଦେଲୁଣି । ଆଉ ଆଣି ଦେଇ ପାରିବୁ ନାହିଁ , ଆମ କାମ ଶେଷ । ପ୍ରଶ୍ନ ଉଠୁଛି କ’ଣ ୩ ଥର ରେ ନେମାଳ ଥାନା ଅଧିକାରୀଙ୍କ ଡ଼ିଉଟି ଶେଷ ? ଖାଲି ସେତିକି ନୁହେଁ ଏପଟେ ଗତ ୧୭ ତାରିଖ ରାତିରେ ରେ ସେହି ନେମାଳ ଥାନା ଅଧୀନସ୍ଥ ତରତ ଶାସନ ଗାଁ ର ମନୋରଞ୍ଜନ ମଲ୍ଲିକ ଙ୍କ ପରିବାର ମହିଳା ଓ ଶିଶୁ ମାନଙ୍କୁ ସେହି ଗାଁ କିଛି ଯୁବକ ସଂଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେମାଳ ଥାନା ରେ ହୋଇଥିଲା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ । ମାଳ ମାଳ ଅଭିଯୋଗ ଏହି ଥାନା ରେ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଆଉ ଥାନା ବାବୁ ଙ୍କ ସହ ଅନ୍ୟ କର୍ମଚାରୀ ଦୋଳ ମେଲଣ ରେ ମସଗୁଲ୍ । ପ୍ରଶ୍ନ ଉଠୁଛି ପୋଲିସ ବର୍ଦି ପିନ୍ଧିଛି କାହିଁ ପାଇଁ ? ପିଡୀତ ପୀଡ଼ିତା ଙ୍କୁ ସୁରକ୍ଷା , ନ୍ୟାୟ ଦେବା ପାଇଁ ନା ଦୋଳ ରେ ରଙ୍ଗ ସହ ନାଚଗୀତ ରେ ମସଗୁଲ୍ ହେବାପାଇଁ । ଏଭଳି ପୋଲିସ ଅଧିକାରୀଙ୍କ ଉପରେ ସାଧାରଣ ଲୋକେ ଆସ୍ଥା ହରାଉଥିବା ବେଳେ ଯଦି ପୋଲିସ ର ଉଚ୍ଚ ପଦାଧିକାରୀ ଉକ୍ତ ଘଟଣା କୁ ଗୁରୁତ୍ୱ ସହ ନେଇ ବିଚାର କରିବାର ସହ ଏଭଳି ପୋଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ଓ ପିଡୀତ ପୀଡ଼ିତା ମାନେ ପୋଲିସ ବିଭାଗ ଉପରେ ଭରଷା କରି ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ନେମାଳ ଥାନା ଅଞ୍ଚଳରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା : ପୋଲିସ ବର୍ଦି ପିନ୍ଧିଛି କାହିଁ ପାଇଁ ?

