ସୁକିନ୍ଦାଗଡ଼ରେ ମହା ସମାରହୋରେ ପାଳିତ ହେଲା ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡର ବହୁ ପୁରାତନ ଉତ୍ସବ ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଗୁରୁବାର ସକାଳ 6 ଘଟିକାରେ ସମାପନ ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ସନ୍ଧ୍ୟାରେ ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ କମିଟି ପକ୍ଷରୁ ଏହି ମେଲଣ ଉତ୍ସବକୁ ଆରମ୍ଭ ହୋଇଥିଲା । ଏହି ମେଳଣ ଉତ୍ସବକୁ ସୁକିନ୍ଦା ଗଡରେ ଆରମ୍ଭ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ 14 ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଆଉ ଏହି ଅନୁଷ୍ଠାନକୁ ଗଢିଥିବା ଅନ୍ୟ କିଛି ବ୍ୟକ୍ତିଙ୍କର ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ କମିଟି ପକ୍ଷରୁ ସ୍ମୃତି ଚାରଣ ଓ ଶାନ୍ତି ପାଠ କରାଯାଇଥିବା ଦେଖିବାକୁ ମିଳିଥିଲା ।

ବୁଧବାର ସନ୍ଧ୍ୟାରେ ସୁକିନ୍ଦା ଜଗନ୍ନାଥ ଜିୟୁ ମେଲଣ ଉତ୍ସବ କମିଟି ପକ୍ଷରୁ ଏକ ଭଜନ ସମାରହୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଭଜନ ସମାରୋହ ବୁଧବାର ବିଳମ୍ବିତ ରାତ୍ରୀରେ ସମାପନ ହୋଇଥିଲା । ଏହି ମେଲଣ ଉତ୍ସବରେ ସୁକିନ୍ଦାଗଡର ବିଭିନ୍ନ ସାହିରୁ 14 ଗୋଟି ବିମାନ ବିମାନ ଆସି ପୁଜା ମଣ୍ଡପରେ ପୂଜା ପାଇଥିଲେ । ଶେଷରେ ଗୁରୁବାର ସକାଳ ସକାଳ ଆରତୀ ସରିବା ପରେ ସୁକିନ୍ଦାଗଡର ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ ନିଜ ନିଜ ବିମାନକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *