ନୟାଗଡ ରେ ବିଜେଡି ର କ୍ଲିନ ସୁଇପ : ହାତେଇଲା ଅଧ୍ୟକ୍ଷ ପଦ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ରେ ବାଜି ମାରିଲା ବିଜେଡି । ଖାତା ଖୋଲିବାକୁ ସମର୍ଥ ହୋଇ ପାରିନାହିଁ ବିଜେପି । ଅରୁଣ ଙ୍କ ରାଜନୈତିକ ଚାଲ ଆଗରେ ଧରାଶାୟୀ ହେଲା ଇରାନୀ ଙ୍କ ନିର୍ବାଚନୀ ପଇଁତରା । ନୟାଗଡ଼ ନିର୍ବାଚନ ମଣ୍ଡଳୀ କୁ ବିରୋଧୀ ଶୁନ୍ୟ କରିବାରେ ସଫଳ ହୋଇଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ନୟାଗଡ଼ ପୈାର ପରିଷଦ ର ଷୋହଳ ଗୋଟି ୱାର୍ଡ ସହିତ ପୈାରାଧ୍ୟକ୍ଷ ପଦବୀ କୁ ମଧ୍ୟ ଦଖଲ କଲା ବିଜେଡି । ନୟାଗଡ଼ ପ୍ରଥମ ପୈାରାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ନିରୁପମା ଖଟେଇ । ବିରୋଧୀ ବିଜେପି କୁ ୬୪୬୩ ଖଣ୍ଡ ଭୋଟ ରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀନୀ ନିରୁପମା ଖଟେଇ । ଅରୁଣ ଙ୍କ ନିଖୁଣ ଗୋଟି ଚାଳନା ରେ ସମ୍ଭବ ହୋଇ ପାରିଥିବା କ୍ଲିନ ସୁଇପ ରାଜନୈତିକ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *