୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି . ୧୪ ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି . ବାଲିଗୁଡାରେ ଏପ୍ରିଲ ୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ l କରୋନା କଟକଣା ଯୋଗୁଁ ଏହା ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ବର୍ଷ ପୂର୍ତ୍ତି ଅବସରରେ ୩୩ ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଏପ୍ରିଲ ୧୦ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ l ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି l ଏଣୁ ସମଗ୍ର ବାଲିଗୁଡା ଅଞ୍ଚଳ ବାସୀଙ୍କୁ ସମିତି ତରଫରୁ ବିନମ୍ର ଅନୁରୋଧ ଯେ, ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ଅନୁଷ୍ଠାନ ରେ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି l ଅଷ୍ଟ ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୧୦ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୮ ଦଣ୍ଡ ଥଳ ଙ୍କୁ ବରଣ କରାଯିବ l ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି. ରେ ବନ୍ଧପାଖ ରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ଅଷ୍ଟ ଦଣ୍ଡର ଏକ ମହା ମିଳନ ଆୟୋଜନ କରାଯିବ l ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୧୧ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ,ଏଣୁ ସମସ୍ତ ଅଞ୍ଚଳ ବାସୀ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *