ବିଧାନସଭା ରେ ଉଠିଲା ଵୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପ୍ରସଙ୍ଗ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . ଜଳ ସେଚନ ର ସୁବିଧା ପାଇଁ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟ୍ୟମ ପ୍ରଂକଳ୍ପ କରିବା ପାଇଁ କରୁଛନ୍ତି ପ୍ରୟାସ . ତେଣୁ କରି ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ କୁ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ବିଧାନସଭା ରେ ନିଜ ଦୃଢ ମତ ରଖିଛନ୍ତି . ଏପରିକି କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଡ଼ିଜିଟାଲାଇଜେସନ କଥା କହୁଥିବା ସମୟରେ ଦଶପଲ୍ଲା ର କିଛି ଅଞ୍ଚଳ ଏବେ ସୁଦ୍ଧା ମୋବାଇଲ ନେଟୱାର୍କ ରୁ ବଞ୍ଚିତ . ତେଣୁ ଲୋକଙ୍କର ଅତି ଆବଶ୍ୟକ ସାମଗ୍ରୀ ରେ ପରିଣତ ହୋଇଥିବା ମୋବାଇଲ ବ୍ୟବହାର ଉପଯୋଗୀ କରିବା ପାଇଁ ଦଶପଲ୍ଲା ର କେତେକ ଗ୍ରାମରେ ଟାୱାର ପ୍ରତିଷ୍ଠା ପାଇଁ ନିଜର ଦାବୀ ରଖିଥିଲେ .

Leave a Reply

Your email address will not be published. Required fields are marked *