ଭୁବନେଶ୍ୱର ରେ ସେଣ୍ଟର ଫର ସାଇଟ୍ – ଗ୍ରୁପ୍ ଅଫ୍ ଆଇ ହସ୍ପିଟାଲ୍ସ ର ନୂଆ ସେଣ୍ଟର ଉଦ୍‌ଘାଟିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସେଣ୍ଟର ଫର୍ ସାଇଟ୍ ଗ୍ରୁପ୍ ପକ୍ଷରୁ ନୂତନ ଟେକ୍ନୋଲୋଜି ସହିତ ଡାକ୍ତରଙ୍କ ଏକ ବିଶ୍ୱସନୀୟ ଟିମ୍ ଦ୍ୱାରା ସମର୍ଥିତ, ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଆଇ କେୟାର ହସ୍ପିଟାଲର ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ସହିତ ଏହା ଭାରତର ପୂର୍ବାଂଚଳରେ ଏକ ଉନ୍ନତ ଓ ଗୁଣାତ୍ମକ ଚକ୍ଷୁଯତ୍ନ ସେବା ପ୍ରଦାନ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛି । ଏହି ଉନ୍ମୋଚନ ଅବସରରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଡଃ ଆର୍‌.ପି. ଶର୍ମା ( ଲୋକାୟୁକ୍ତ ର ସଦସ୍ୟ , ଓଡିଶା ) ଏବଂ ଶ୍ରୀ ରାଜ୍ କୁମାର ଶର୍ମା, ଆଇଏଏସ୍ ( ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ) ଙ୍କ ସମେତ ଅନ୍ୟାନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷ ସାମିଲ ରହିଛନ୍ତି । ଏ ସମ୍ପର୍କରେ ସେଂଟର୍ ଫର୍ ସାଇଟ୍ ଗ୍ରୁପ୍ ଅଫ୍ ଆଇ ହସ୍ପିଟାଲ୍ସର ଅଧ୍ୟକ୍ଷ ଓ ପରିଚାଳନା ର୍ନିେଶକ, ଡଃ ମହିପାଲ ସିଂହ ସଚଦେବ କହିଛନ୍ତି, ଭାରତରେ ପ୍ରାୟ ୧୨ ମିଲିୟନ ଦୃଷ୍ଟିହୀନ ବ୍ୟକ୍ତି ଅଛନ୍ତି, ଯାହା ବିଶ୍ୱର ଦୃଷ୍ଟିହୀନ ଜନସଂଖ୍ୟାର ଏକ ତୃତୀୟାଂଶ ସହ ସମାନ ।

ଆମେ ଭାରତର ପ୍ରତ୍ୟେକ ଅଂଶରେ ସୁଲଭ ବିଶ୍ୱସ୍ତରୀୟ ଚକ୍ଷୁ ଚିକିା ସେବା ଆଣିବା ପାଇଁ ଏକ ଲକ୍ଷ୍ୟରେ ରହିଛୁ କାରଣ ସେଂଟର୍ ଫର୍ ସାଇଟ୍‌ରେ ଆମେ ବିଶ୍ୱାସ କରିଥାଉ ଯେ, ପ୍ରତ୍ୟେକ ଚକ୍ଷୁ ସର୍ବୋତମ ପାଇଁ ଯୋଗ୍ୟ ଅଟେ । ଭାରତରେ ୩୦ରୁ ଅଧିକ ସହରକୁ ଅର୍ନ୍ତଭୁକ୍ତ କରୁଥିବା ୫୦ରୁ ଅଧିକ ଲୋକେଶନ ସହିତ, ସେଂଟର୍ ଫର୍ ସାଇଟ୍ ଏବେ ଭୁବନେଶ୍ୱରରେ ମଧ୍ୟ ସେବା ପ୍ରଦାନ କରୁଛି । ଏହି ସେଂଟର୍ ଗୋଟିଏ ଛାତ ତଳେ ଆଡ୍‌ଭାନ୍ସଡ୍ କାଟାରାକ୍ଟ ସଲ୍ୟୁଶନଠାରୁ ଆରମ୍ଭ କରି ଡାଇବେଟିକ୍ ରେଟିନୋପାଥି, ଗ୍ଲାଉକୋମା ପର୍ଯ୍ୟନ୍ତ ବ୍ୟାପକ ଅପ୍‌ଥାଲ୍‌ମିକ୍ ସର୍ଭିସ୍‌, ସମସ୍ତ ପ୍ରକାରର ଜଟିଳ ଅସ୍ତ୍ରୋପଚାର ସମେତ ସାମଗ୍ରିକ ଓ ସୁଲଭ ଚକ୍ଷୁ ଚିକିା ସେବା ଆଦି ପ୍ରଦାନ କରିବା କ୍ଷେତ୍ରରେ ବିଶେଷଜ୍ଞ ଅଟେ, ଯାହା ଏହାକୁ ଏକ ଆଦର୍ଶ ୱାନ୍‌-ଷ୍ଟପ୍ ଆଇ କେୟାର ଡେଷ୍ଟିନେଶନରେ ପରିଣତ କରୁଛି । ଏହି ସେଂଟର୍ ଭୁବନେଶ୍ୱରର ଲୋକମାନଙ୍କ ପାଇଁ ବିସ୍ତୃତ ଚକ୍ଷୁ ଯାଂଚ ଶିବିରର ଆୟୋଜନ କରିବ ।

ଏହି ସେଂଟର୍‌ରେ ଏକ ଅପ୍ଟିକାଲ ୱିଙ୍ଗ୍ ସିଏଫ୍‌ଏସ୍ ଭିଜନ ରହିବ ଯାହା ସର୍ମ୍ପୂ ଚକ୍ଷୁ ଯତ୍ନ ସମାଧାନ ପ୍ରଦାନ କରିବ । ଏହି ସେଂଟର୍ ଆପଣଙ୍କୁ ବିଶ୍ୱସ୍ତରୀୟ ଚକ୍ଷୁ ଯତ୍ନ ପ୍ରଦାନ କରିବା ପାଇଁ ସମସ୍ତ ନୂତନ ଓ ଅତ୍ୟାଧୁନିକ ମେଶିନ୍‌ଗୁଡିକରେ ସୁସଜ୍ଜିତ ରହିଛି । ଟ୍ରାଇଫୋକାଲ, ମଲ୍ଟିଫୋକାଲ୍‌, ଟୋରିକ୍‌, ଇଡିଓଏଫ୍ ଓ ଆଡଭାନ୍ସଡ୍ ଡିଜାଇନ୍ ଇଂଟ୍ରାଓକ୍ୟୁଲାର୍ ଲେନ୍ସ (ଆଇଓଏଲ୍‌)- ଆଦି ଫୋଲ୍ଡେବୁଲ ଆଡ୍‌ଭାନ୍ସଡ୍ ଲେନ୍ସଗୁଡିକର ପ୍ରତିରୋପଣ ପରେ ଫାକୋମଲ୍‌ସିଫିକେଶନ (ଫାକୋ) ସହିତ ମାଇକ୍ରୋ ଇନ୍‌ସିଜନ କାଟାରାକ୍ଟ ସର୍ଜରୀ (ଏମ୍‌ଆଇସିଏସ୍‌) କରାଯାଇଥାଏ । ଏହା ହେଉଛି ଏକ ୱାକ୍‌-ଇନ୍‌, ୱାକ୍‌-ଆଉଟ୍ ପ୍ରକ୍ରିୟା, ଯାହାକି ଶୀଘ୍ର ସୁସ୍ଥତା ଓ ପୋଷ୍ଟ-ଅପରେଟିଭ୍ ରିକଭରୀ ସହିତ ଷ୍ଟିଚ୍‌ଲେସ୍‌, ବ୍ଲଡ୍‌ଲେସ୍‌, ପେନ୍‌ଲେସ୍ ସର୍ଜରୀ ଅଟେ । ସେଂଟର୍ ଫର୍ ସାଇଟ୍ ଏକ ସର୍ବୋତମ ସମ୍ଭବ ଫଳାଫଳ ସହିତ ଜଟିଳ ଭିଟ୍ରେଓରେଟିନାଲ ରୋଗଗୁଡିକର ଏକ ଅଲ୍‌-ଇନ୍‌କ୍ଲୁସିଭ୍ ମେଡିକାଲ ଓ ସର୍ଜିକାଲ ମ୍ୟାନେଜ୍‌ମେଂଟ୍ ପ୍ରଦାନ କରୁଛି । ଏଠାରେ ଡାଇବେଟିକ୍ ରେଟିନାଲ ରୋଗ, ମାକ୍ୟୁଲାର ଡିଜେନେରେଶନ ଓ ରେଟିନାଲ ଡିଟାଚ୍‌ମେଂଟ୍ ଆଦିକୁ ଅଭିଜ୍ଞ ରେଟିନାଲ ସର୍ଜନଙ୍କ ଦ୍ୱାରା ସବୁଠାରୁ ଅତ୍ୟାଧୁନିକ ମେଶିନ୍‌ଗୁଡିକର ବ୍ୟବହାର କରି ଚିକିା କରାଯାଇଥାଏ । ଦିଲ୍ଲୀ ଓ କୋଲ୍‌କାତାରୁ ପରାମର୍ଶଦାତାଙ୍କ ପରିଦର୍ଶନ ସହିତ ଭୁବନେଶ୍ୱରର ବିଶେଷଜ୍ଞ ଦଳକୁ ଉନ୍ନତ କରାଯାଇଛି । ସିଏଫ୍‌ଏସ୍ ନେଟ୍‌ୱର୍କରେ ସୁପର୍‌-ସ୍ପେଶିଆଲିଷ୍ଟ ଡାକ୍ତରମାନଙ୍କ ସହିତ ଟେଲିକମ୍ୟୁନିକେଶନ ମଧ୍ୟ ଉପଲବ୍ଧ ରହିଛି ଯାହା ସୁନିଶ୍ଚିତ କରୁଛି ଯେ, ଓଡିଶାର ଲୋକମାନଙ୍କ ପାଇଁ ସେମାନଙ୍କ ନିଜ ରାଜ୍ୟରେ ସବୁଠାରୁ ଜଟିଳ ରୋଗଗୁଡିକ ପାଇଁ ଗୁଣାତ୍ମକ ଚକ୍ଷୁ ଚିକିା ଉପଲବ୍ଧ କରାଯାଉଛି । ଭୁବନେଶ୍ୱରରେ ଥିବା ଏହି ସେଂଟର୍ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ଓ ଆଡ୍‌ଭାନ୍ସଡ୍ ମଡ୍ୟୁଲାର ଅପରେଶନ ଥିଏଟର୍‌ଗୁଡିକରେ ସୁସଜ୍ଜିତ ୪ଟି କନ୍‌ସଲ୍‌ଟେଶନ ଚାମ୍ପର ସହିତ ୧୦,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ।

Leave a Reply

Your email address will not be published. Required fields are marked *