ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମର ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିବା ପରେ , ସମ୍ପୃକ୍ତ ଯୁବକକୁ ଗ୍ରାମବାସୀ ମାନେ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ ଆଜି ଅପରାହ୍ନରେ କୁଲେଇ ପଞ୍ଚାୟତର ଜନୈକ ନାବାଳିକା ଗମ୍ଭାରୀମୁଣ୍ଡା ଅଞ୍ଚଳକୁ ଟ୍ୟୁସନ କରିବାକୁ ଯାଉଥିଲେ । ହେଲେ ରାସ୍ତାରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଜୋର ଜବରଦସ୍ତ ଉଠାଇ ନେଇ ଯାଇଥିଲେ । ନାବାଳିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ନାବାଳିକାକୁ ଉଦ୍ଧାର କରିଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମ ମଝି ଖୁଣ୍ଟରେ ବାନ୍ଧି ଅଟକ ରଖି ବହେ ଛେଚିଥିଲେ । ତେବେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଓ ଗମ୍ଭାରିମୁଣ୍ଡା ବିଟ ହାଉସ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି ।
ବାଣପୁରରେ ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ !!!

