ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଜିମାତ କରି ବାହା ବାହା ମାରୁଛି ଶାସକ ଦଳ ବିଜେଡ଼ି . ତେବେ ଚିଲିକା ଅଞ୍ଚଳରେ ଲୋକଙ୍କୁ ଫର୍ ଜୁରୀ ରାସନକାର୍ଡ ଦେଇ ଶାସକ ଦଳ ପଞ୍ଚାୟତ ନିର୍ବାଚନରେ କରିଛି ବାଜିମାତ . ଦିନକୁ ଦିନ ଲୋକଙ୍କ ଆଖିରେ କଳା କନା ପଟି ବାନ୍ଧି ଆଖି ଥାଉ ଥାଉ କରିଛି ଅନ୍ଧ । ଏ ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତ ର । ଚିଲିକା ବ୍ଲକରେ ୨୦ ଫେବୃଆରୀ ୨୦୨୨ ରେ ହୋଇଥିଲା ପଞ୍ଚାୟତ ନିର୍ବାଚନ, କିନ୍ତୁ ଏହି ନିର୍ବାଚନ ପାଇଁ ସରପଞ୍ଚ ପଦରେ ଥିବା ସୁଧାକର ମହାପାତ୍ର ଲୋକଙ୍କୁ ଭୁଆଁ ବୁଲାଇ ଆଖିରେ କଳା କନା ବାନ୍ଧି ଦେଇଥିଲେ ଡୁପ୍ଲିକେଟ ରାସନକାର୍ଡ । ପୂର୍ବରୁ ଶାସକ ଦଳ ବିଜେଡ଼ି ସମର୍ଥନରେ ସରପଞ୍ଚ ଭାବେ ପାଞ୍ଚ ବର୍ଷ ଦାୟିତ୍ୱ ନେଇଥିଲେ ସୁଧାକର ମହାପାତ୍ର , ହେଲେ 2022 ରେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ କାଗଜପତ୍ରରେ ମହିଳାଙ୍କ ଲିଷ୍ଟ ହୋଇଥିଲା । ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ବିଜେଡ଼ି ତରଫରୁ ଲଢ଼ିବା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଦେଇଥିଲେ ଟିକେଟ । ଏଠି ପ୍ରଶ୍ନ ଉଠୁଛି ଟିକେଟ ଦେଲାବେଳେ କଣ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ କହିଥିଲେ ଚଣ୍ଡେଶ୍ୱର ସରପଞ୍ଚ ପ୍ରାର୍ଥୀନୀ ଲିପାଲିନି ମହାପାତ୍ର ଙ୍କୁ ଡୁପୁଲିକେଟ ରାସନକାର୍ଡ ଦେଇ ଭୋଟ ହାତେଇବା ପାଇଁ । ନାଁ ପୂର୍ବରୁ ଥିବା ସରପଞ୍ଚ ସୁଧାକର ମହାପପାତ୍ର କୌଣସି ନିଜ ପଞ୍ଚାୟତରେ ବିକାଶ ମୂଳକ କାର୍ଯ୍ୟ ନକରି ନିଜ ସ୍ତ୍ରୀ ଲିପାଲିନି ମହାପାତ୍ରଙ୍କୁ ପୁଣି ଠିଆ କରି ମିଛି ମିଛିକା ଖେଳ ଖେଳିଛନ୍ତି , ଏହାକୁ ନେଇ ଏବେ ସ୍ଥାନୀୟ ଲୋକେ ଉଠାଇଛନ୍ତି ପ୍ରଶ୍ନ ।

ନିର୍ବାଚନ ପୂର୍ବରୁ ଲୋକଙ୍କୁ ପଞ୍ଚାୟତରେ ରାସନ କାର୍ଡ ବାଣ୍ଟି ବାହା ବାହା ନେଇଥିବା ନବ ନର୍ବାଚିତ ସରପଞ୍ଚ ଏବେ ହରଡ଼ଘଣାରେ . ଚଣ୍ଡେଶ୍ୱର ସରପଞ୍ଚ ଲିପାଲିନି ମହାପାତ୍ର ଏବେ ଲୋକଙ୍କୁ କେମିତି କଣ କହି ବୁଝାଇବେ । ରାସନକାର୍ଡ ତ ଦେଲେ , ଚାଉଳ ଦେଲେ . କାର୍ଡ଼ରେ ହେଲା ଦସ୍ତଖତ , କିନ୍ତୁ ରାସନକାର୍ଡ ହିତାଧିକାରୀଙ୍କ ଠାରୁ ନେଲେନି ଫିଙ୍ଗର ପ୍ରିଣ୍ଟ କିମ୍ବା ଦସ୍ତଖତ । ଏ କେମିତିକା ରାସନକାର୍ଡ । କିନ୍ତୁ ରାସନକାର୍ଡ ଉପରେ ରହିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର , କଣ ସରକାର ଏହି ଭୋଟ ନେବାପାଇଁ କରିଥିଲେ କି ଏହି ସବୁ ବ୍ୟବସ୍ଥା । ଚଣ୍ଡେଶ୍ୱର ପଞ୍ଚାୟତ ପରିସରର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକି ରାସନକାର୍ଡ ହିରାଧିକାରୀ ଙ୍କୁ ନାଲି ଆଖି ଦେଖାଉଛନ୍ତି ସରପଞ୍ଚ ଙ୍କ ପ୍ରତିନିଧି ସୁଧାକର ମହାପାତ୍ର ଏବଂ ସେଠାରେ ଥିବା ପଞ୍ଚାୟତ ପିଇଓ ଝରଣା ରଥ କହୁଛନ୍ତି ଯେ ତୁମେ ଏଠି ରେକର୍ଡିଙ୍ଗ କରିବାକୁ କିଏ ?? କଣ ଲୁଚାଇବାକୁ ଚାଁହୁଛନ୍ତି ବୋଧେ ପଞ୍ଚାୟତ ପିଇଓ . ମହିଳା ଅଫିସର ସେଥିପାଇଁ ପଚାରୁଛନ୍ତି ତୁମେ ଏଠି କିଏ । ଏହି ଭିଡ଼ିଓ ଟି ଏବେ ଅଧିକରୁ ଅଧିକ ହେଉଛି ଭାଇରାଲ । ଚିଲିକା ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏହି ରାସନକାର୍ଡ ଦେଇନାହୁଁ କିଛି ଜାଣି ନାହୁଁ । କିନ୍ତୁ ରାସନକାର୍ଡ ରେ କେମିତି ହେଲା ଦସ୍ତଖତ ପଚାରିବାରୁ ସେ କହିଛନ୍ତି ଯଦି ଏହା ସତ ତାହାହେଲ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ପଞ୍ଚାୟତ ଏକଜୁକ୍ୟୁଟିଭ ଅଫିସରଙ୍କ ସହ ସ୍ଥାନୀୟ ସରପଞ୍ଚ ମିଶି ଏହି ସବୁ କଳା କାରନାମା କରି ଚଳାଇଛନ୍ତି ଖେଳ , ଏବଂ ବାଜି ମାରିବା ପରେ ସମ୍ଭାଳି ପାରୁ ନାହାନ୍ତି । ସରପଞ୍ଚଙ୍କ ପ୍ରତିନିଧି ସୁଧାକର ମହାପାତ୍ର କହିଛନ୍ତି ଯେ , ଗରିବ ଲୋକ ଦେଖିକି ଦେଉଥିଲି ଚାଉଳ, ଯଦି ସେ କହୁଛନ୍ତି ତାଙ୍କ ପାପ ତାଙ୍କର । କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ପାପ ପୁଣ୍ୟର ଖେଳ ଖେଳି ନିର୍ଧୁମ ଭାବରେ ଠକିବାରେ ଲାଗିଛନ୍ତି । ଆଣୁଛନ୍ତି ଚାଉଳ କେଉଁଠୁ ? ଆସୁଛି କେଉଁଠୁ ?? ଏହାର ଉପର ଅଧିକାରୀ ମାନେ ତଦନ୍ତ କଲେ ଜଣା ପଡିବ ବୋଲି ସ୍ପଷ୍ଟ ହେଉଛି ।

