ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ମା ‘ କାଳୀ ଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା . ଏହି ଯାତ୍ରା ୨୧ ଦିନ ଧରି ପାଳିତ ହୋଇଥାଏ . ପାଟ ଭକତା ମାନେ ଗାଁ ଗାଁ ବୁଲି ଦଣ୍ଡନୃତ୍ୟ କରିବା ସହିତ ମାନସିକ ରଖିଥିବା ଲୋକଙ୍କ ଘରେ ଭୋଗ ଖାଇବା ସହିତ ପୂଜାର୍ଚ୍ଚନା ମଧ୍ୟ ହୋଇଥାଏ । ଆଜି ହେଉଛି ଏହାର ଶେଷ ଦିନ . ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାଟଣା ସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ମେରୁ ଯାତ୍ରା । ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାବା ଉମା ମହେଶ୍ୱର ଦେବ ଦଣ୍ଡ ଠାକୁର ଙ୍କୁ ପୂଜାର୍ଚ୍ଚନା କରିଥିଲେ । ପାଟ ଭକତା ମାନେ କଣ୍ଟାରେ ଗଡିବା ସହିତ ନିଆଁରେ ଦୋଳି ଖେଳୁଥିବାର ଦେଖିବାକୁ ମିଳିଥିଲା . ଏହି ପରମ୍ପରା ଯୁଗ ଯୁଗ ଧରି ହେଉଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ଧରି ମେରୁଯାତ୍ରା ନିରାଡମ୍ବର ଭାବେ ପାଳିତ ହେଉଥିଲା . ସାଧାରଣ ଦର୍ଶନ ମଧ୍ୟ ବନ୍ଦ ହୋଇ ରହିଥିଲା l ଚଳିତ ବର୍ଷ ଆଡମ୍ବର ଭାବେ ପାଳିତ ହୋଇଯାଇଛି ଏହି ମେରୁ ଯାତ୍ରା . ଭକ୍ତ ଭଗବାନ ଙ୍କ ଏହି ଅପୂର୍ବ ମିଳନ ଦେଖିବାକୁ କାହିଁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଛି ପାଟଣାସାହି ଗ୍ରାମକୁ ।
ବାଲୁଗାଁ ପାଟଣା ସାହି ଗ୍ରାମରେ ମେରୁ ଯାତ୍ରା ଆୟୋଜିତ !!!

