ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦାରୁ ବିରଳ ପ୍ରଜାତିର ବିଷଧର ସାପ ଉଦ୍ଧାର ହୋଇଛି । ସୁକିନ୍ଦା ବ୍ଲକ ଓଳିଆ ଗ୍ରାମର ଗୋବର୍ଦ୍ଧନ ବାରିକଙ୍କ ବାଡ଼ି ପାଖ ଏକ ବଡ଼ ଗର୍ତ୍ତରୁ ୩ ଫୁଟର ବିରଳ ପ୍ରଜାତିର ଏହି ବିଷଧର ଚନ୍ଦନ ଵୋଡା ସାପ ଉଦ୍ଧାର କରାଯାଇଛି । ଆଜି ସକାଳେ ବିଷଧର ଚନ୍ଦନ ବୋଡା ସାପ ପଡିଥିବାର ଦେଖି ସାପଟିର କିଛି କ୍ଷତି ନକରି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟାଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ ଗୋବର୍ଦ୍ଧନ । ସୌମ୍ୟାଜିତ ସୂଚନା ପାଇ ଗୋବର୍ଦ୍ଧନଙ୍କ ଘରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଗର୍ତ୍ତ ମଧ୍ୟରୁ ଉଦ୍ଧାର କରିବା ପରେ ସୁକିନ୍ଦା ବନ ବିଭାଗ ସହଯୋଗରେ ସାପଟିକୁ ସୁକିନ୍ଦା ଅଶୋକଝର ପାଖ ମହାଗିରି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ଏହି ସାପଟି ବିରଳ ପ୍ରଜାତିର ଓ ବହୁତ ବିଷଧର ବୋଲି ସୂଚନା ଦେଇଥିଲେ ସୌମ୍ୟାଜିତ ।