ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ରେ ବିଷୁବ ମିଳନ 2022 ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଓ.ଏ.ଏସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ କିରଣ କୁମାର ମହାନ୍ତି, ସମ୍ମାନିତ ଅତିଥି ଅଧ୍ୟକ୍ଷା ମହିଳା ସ୍ନାତକ ମହାବିଦ୍ୟାଳୟ ଶ୍ରୀମତୀ ଡଃ ରୀନା ସାହୁ ଯୋଗଦେଇ ବିଷୁବ ମିଳନ ଓ ଆଧୁନିକ କବିତା ର ସ୍ଵରୁପ ସଂପର୍କରେ ବିଷଦ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଶ୍ରୀମତି ସବିତା ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ଵାଗତ ଜଣାଇଥିଲେ । ବି.କୋମଳାଙ୍ଗି ବନ୍ଦେ ଉତ୍କଳଜନନୀ ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ସରିତା ପାଣିଗ୍ରାହୀ ମଞ୍ଚାସିନ ଅତିଥି ମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିଲେ । ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନକରି ବର୍ତ୍ତମାନ ଚାଲିଥିବା କବିତା ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ସମାଜ ସେବକ ତଥା ସେବା ନିବୃତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ହରିମୋହନ ପଟ୍ଟନାୟକ ଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଓ ସରଳା ପାତ୍ର ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଙ୍କ ସଂଯୋଜନା ରେ କବିତା ଆସରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ଅନ୍ୟ ଆଚାର୍ଯ୍ୟା ମାନେ ଓ ଆଚାର୍ଯ୍ୟ ଵିନୋଦ ଚନ୍ଦ୍ର ଜେନା, ତ୍ରିପତି ପଣ୍ଡା, ବିଚିତ୍ରାନନ୍ଦ ବେବର୍ତ୍ତା, ଶରତ ସାହୁ, ମୁରଲୀ ପରିଚ୍ଛା, ବିଷ୍ଣୁ ପଣ୍ଡା, ନିତ୍ୟାନନ୍ଦ ଚୋୖଧୁରୀ, ନରସିଂହ ଗଉଡ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସର୍ବଶେଷରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

