ଗଜପତି ଜିଲ୍ଲା ରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ-ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ପୌର ପରିଷଦ ଅଧ୍ୟକ୍ଷ। ନିର୍ମଳା ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର, ଅବସର ପ୍ରାପ୍ତ କମାଣ୍ଡଡେଣ୍ଟ ଜମାଦାର ସାର, ବରିଷ୍ଠ ନାଗରିକ ସଂଘ ସଭାପତି ରାମଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ . ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ।

ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା, ଅସୁବିଧା ରହିଛି ତାହା ଉପରେ ଆଲୋଚନା ହୋଇଥିଲା । ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ ଓ ସହଯୋଗ କରିବା ସକାଶେ ପୋଲିସ ସଦାବେଳେ ସଜାଗ ରହିଛି ବୋଲି କହିଥିଲେ । ବରିଷ୍ଠ ନାଗରିକ ମାନେ କୌଣସି ଅସୁବିଧା ବା ନିର୍ଯ୍ୟାତିତ ହେଲେ ପୋଲିସ ସହିତ ଯୋଗାଯୋଗ କଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ସେମାନଙ୍କୁ ସହଯୋଗ ର ହାତ ବଢ଼ାଇ ତୁରନ୍ତ ସମସ୍ୟାର ସମାଧାନ ଓ ସହଯୋଗ କରିପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ 48 ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ସକାଶେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସୁବିଧା ସକାଶେ ଏକ ୱାଟସପ ଗ୍ରୁପ କରିବା ସକାଶେ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପୋଲିସ ବିଭାଗ ର ବହୁ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ ରୂପାୟନ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ କରିଥିବା ରୁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା । ପରିଶେଷରେ ଆଦର୍ଶ ଥାନା ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *