ଗୁମ୍ମା ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଓ ଗ୍ରାମମୁଖି ପ୍ରଶାସନ ୫ ଟି ପଦକ୍ଷେପ , ଜିଲା ପ୍ରଶାସନ ଙ୍କ ମିଳିତ ଉଦ୍ୟମରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବରା ତିରୁପତି ରାଓ , ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ , ବିଡ଼ିଓ ଅନୁପ ଅଭିଷେକ ବେହେରା , ତହସିଲଦାର ଭାସ୍କର ଚନ୍ଦ୍ର ସାହୁ , ଗୁମ୍ମା ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼ଃ ଚିନ୍ମୟ ବିଶ୍ୱାଳ ଓ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ କେଦାରନାଥ ଦାଶ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଶା ଦିଦି ଙ୍କୁ ପୁରସ୍କୃତ କରାଯିବା ସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୫୭ ଜଣଙ୍କୁ ପଟା ବଣ୍ଟନ କରାଯାଇଥିଲା . ଚକ୍ଷୁ ସହାୟକ ଜନ୍ମେଜୟ ସାହୁ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ମେଳା ରେ ୮୦୦ ରୁ ଉର୍ଦ୍ଧ୍ଵ ରୋଗୀ ଙ୍କୁ ଜିଲ୍ଲା ରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଓ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସମସ୍ତ ପ୍ରକାର ପରୀକ୍ଷା କରି ମାଗଣା ରେ ଔଷଧ ପ୍ରଦାନ କରିଥିଲେ . ଏହି କାର୍ଯ୍ୟକ୍ରମ ସହିତ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ମୁଖି ପ୍ରଶାସନ ମାଧ୍ୟମରେ ଅଭିଯୋଗ ଶୁଣାଣି , ମହିଳା ଓ ଶିଶୁ ବିକାଶ ଖାଦ୍ୟ ମେଳା, ସ୍ୱାସ୍ଥ୍ୟ ପରିମଳ ସଚେତନତା ଷ୍ଟଲ ଆଦି ବିଭିନ୍ନ ଷ୍ଟଲ ଗୁଡିକ କରି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସଚେତନ କରିଥିଲେ . ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକର ପଂଚାୟତ ପ୍ରତିନିଧି , ସରକାରୀ କର୍ମଚାରୀ ସହ ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ଃ ରାଜୀବ ଲୋଚନ ସେନାପତି, ଡ଼ଃ ପି ସ୍ମୃତି, ଡ଼ଃ ପି ବିବେକ, ବିପିଏମ ସବିତା ନାୟକ, ଵି ଇ ମଙ୍ଗୁଳୁ, ଫାର୍ମାସିଷ୍ଟ ସୁଧୀର ମହାପାତ୍ର ଓ ଅନ୍ୟ କର୍ମଚାରୀ ମାନେ ସମସ୍ତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *