ସୁକିନ୍ଦା (ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିଲେ ସୁକିନ୍ଦା ଅଞ୍ଚଳର ସାମାଜିକ କର୍ମୀ . ଅଗ୍ରଣୀ ସାମାଜିକ ସଂଗଠନ ବ୍ରଦର ହୁଡ଼ ପରିବାର ତରଫରୁ ସୁକିନ୍ଦାର ଲେମ୍ବୋ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି . ଗାନ୍ଧୀ ଜୟନ୍ତୀ ଅବସରରେ ସଂଗଠନର ସଦସ୍ୟ ମାନେ ବୃକ୍ଷ ରୋପଣ କରିଥିଲେ ।