ବୃକ୍ଷରୋପଣ ଏବଂ ପରିବେଶ ପରିଚ୍ଛନ୍ନତା ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ନିଷ୍ପତ୍ତି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବୃକ୍ଷରୋପଣ ଏବଂ ପରିବେଶ ପରିଚ୍ଛନ୍ନତା ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ନିଷ୍ପତ୍ତି . ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ରଙ୍କ ଉପସ୍ଥିତରେ ଓ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି. କେ. ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରେ କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକ ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଂହନାଥ ଦେବଙ୍କ ପୀଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିରର ଚତୁଃପାର୍ଶ୍ଵରେ ଥିବା ଅଳିଆ ସାଙ୍ଗକୁ ଅନାବନା ଘାସ ସଫା କରିବା ପାଇଁ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି କରାଗଲା . ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ସଭାପତି ପରମ ଶୈବ ମାନସ ରଞ୍ଜନ ରଣା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ରଙ୍କ ସହିତ , ଜିଲ୍ଲା ମୁଖପାତ୍ର ବିରୂପାକ୍ଷ ରଣା, ଉପ-ସଭାପତି ପୀତବାସ ରଣା, ଉପ-ସଭାପତି ଶୁଭ୍ରାଂଶୁ ମହାପାତ୍ର , ଆଠଗଡ଼ ବ୍ଲକ ସଭାପତି ବିବିନ୍ଦ୍ର କୁମାର ରଣା ଓ ସହ ସମ୍ପାଦକ ଗୟାଧର ରଣା, ବଡ଼ମ୍ବା ବ୍ଳକର ଶୈବ ସାମାଜ ର ସଭାପତି ଖଗେଶ୍ଵର ମହାପାତ୍ର, ବଡ଼ମ୍ବା ବ୍ଲକ ର ସମ୍ପାଦକ ସୁରେନ୍ଦ୍ର କୁମାର ରଣା , ଭାସ୍କର ରଣା, ଅନନ୍ତ ରଣା, ଭାଗୀରଥୀ ରଣା , ନରସିଂହପୁର ବ୍ଲକ ର ଶୈବ ସାମାଜ ର ସଭାପତି ମନୋରଞ୍ଜନ ରଣା, ଚୌଦ୍ଵାର ବ୍ଳକର ମନ୍ମଥ ପୂଜାରୀ ଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାର ସଭାପତି ସମ୍ପାଦକ ଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଏବଂ ନୟାଗଡ ଜିଲ୍ଲାର ମୁଖପାତ୍ର ଓ ସମ୍ପାଦକ ସମେତ ପରିଚାଳକ ସଦସ୍ୟ ମାନଙ୍କ ସହ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଶୈବ ପୂଜକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ . ଏହି ବୈଠକରେ ଆଗାମୀ ଜୁନ ମାସ ରେ ଦିନରେ ହେବାକୁ ଥିବା ବ୍ରତୋପନୟନ ଓ ଦୀକ୍ଷିତ ବିଷୟରେ ଆଲୋଚନା ହେଲା . ବୈଠକରେ ଆଠଗଡ଼, ବାଙ୍କୀ, ବଡ଼ମ୍ବା, ନରସିଂହପୁର, ଚୌଦ୍ଵାର ଆଦି ବ୍ଲକ ର ସଦସ୍ୟ ମାନେ ଉପସ୍ଥିତ ଥିଲେ .

 

Leave a Reply

Your email address will not be published. Required fields are marked *