ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଆପ୍ ଗଜପତି ତରଫରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ , ଲୋଗସ୍ ଦାସ୍ ବର୍ଦ୍ଧନ, ସାରଳା ଇଶ୍ୱର ରାଓ, ଲୋକନାଥ ଭୁକ୍ତା, ନାରାୟଣ, ବୁଡୁ, ସୁଧା ରଘୁନାଥ, କଲ୍ୟାଣ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ . ୱାର୍ଡ ନଂ-୧୩ କାଉନସିଲର ପ୍ରାର୍ଥୀ ଜି.ଚନ୍ଦ୍ରା ରାଓ ଓ ୱାର୍ଡ ନଂ-୬ କାଉନସିଲର ପ୍ରାର୍ଥୀ ପାଇଲା ମୁରଲି କ୍ରିଷ୍ଣା ଏହାକୁ ପରିଚାଳନା କରିଥିଲେ । ଭୀଷଣ ଖରାରେ ତୃଷାର୍ତ୍ତ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଦଳ ତରଫରୁ ଏହି ପ୍ରୟାସ କରାଯାଇଥିଲା ।
ପାରଳାଖେମୁଣ୍ଡି ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଆପ୍ ଗଜପତି ତରଫରୁ ଦହି ପଣା ବଣ୍ଟନ !!!

