ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଘୁଚାପ ପ୍ରଭାବ ରେ ରାଜ୍ୟ ର ଭିନ୍ନ ଭିନ୍ନ ଜିଲ୍ଲା ରେ ଲାଗି ରହିଛି ଲଗାଣ ବର୍ଷା , ସାଙ୍ଗକୁ ଝଟକା ପବନ. ଯେଉଁଥିପାଇଁ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ. ଏହାରି ଭିତରେ ବର୍ଷା ଜଳ ନିଷ୍କାସନ ନ ହେବା ଦ୍ୱାରା ଏବେ ଜଳବନ୍ଦୀ ଜୀବନ ବିତୁଛି ବାଙ୍କୀ ସହରାଞ୍ଚଳ ଅଧିବାସୀ ଙ୍କ ଦୈନଦିନ ଜୀବନ.ସେପଟେ ଉପନଗରପାଳ କହିଛନ୍ତି ଯେଉଁ ସ୍ଥାନ ଗୁଡିକ ରେ ଜଳବନ୍ଦୀ ଅବସ୍ଥା ଉପୁଜିଛି ଏହାର ନିଷ୍କାସନ ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଛି ବାଙ୍କୀ ଏନଏସି.
ସହରାଞ୍ଚଳ ରେ ରହିବା କଣ ଆମ ପାଇଁ ଅଭିଶପ୍ତ. ବିତୁଛି ଅନେକ ୱାର୍ଡ ର ଅଧିବାସୀ ଙ୍କ ଜଳବନ୍ଦୀ ଜୀବନ. ଘରୁ ବାହାରିଲେ ଆଣ୍ଠିଏ ଉଚ୍ଚ ର ବର୍ଷା ଜଳ ଜମାଟ ବାନ୍ଧିଚି.ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ସହରାଞ୍ଚଳ ଅଧିବାସୀ ଙ୍କ ଦୁଃଖ. କେଉଁଠି ଗାଈ ଗୁହାଳ ବର୍ଷା ପାଣି ବୁଡି ରହିଛି ତ ଆଉ କେଉଁଠି ରୋଷେଇ ଘର ସହିତ ଘରର ପାଇଖାନା ଭିତରେ ପ୍ରବେଶ କରୁଛି ବର୍ଷା ଜଳ. ଯାହା କୁତ୍ରିମ ବନ୍ୟା ର ଭ୍ରମ ସୃଷ୍ଟି କରୂଚି. ଆଉ କେଉଁଠି ଘରେ ବର୍ଷା ଜଳ ପ୍ରବେଶ କରିବା ଦ୍ୱାରା ଲୋକେ ଛାଡିଛନ୍ତି ଭିଟାମାଟି.ଯୁଆଡକୁ ଚାହିଁବେ କେବଳ ପାଣି ହିଁ ପାଣି ଦେଖାଯିବ. ଏହା ପାଇଁ ଲୋକେ ଅତିଷ୍ଠ. ଏଠି ପିଲା ଛୁଆ ଧରି ଘରେ ରହିବା ହୋଇପଡ଼ିଲାଣି ମୁସ୍କିଲି. ଏଭଳି ଅଭିଯୋଗ ଆଣିଛନ୍ତି ଲୋକେ. କାହାକୁ କହିଲେ ଶୁଣିବ କିଏ ଏଭଳି ପ୍ରତିକ୍ରିୟା ରଖିଛନ୍ତି ୱାର୍ଡ ବାସିନ୍ଦା.
ଦୀର୍ଘ ତିନି ଦିନ ଧରି ଲଗାଣ ବର୍ଷା ହେବା ଯୋଗୁ ବର୍ଷା ଜଳ ନିଷ୍କାସନ ନ ହେବା ଅନେକ ୱାର୍ଡ ରେ ଡ୍ରେନେଜ ର କୌଣସି ସୁବିଧା ନ ଥିବା ଯୋଗୁ ଭୋଗୁଛନ୍ତି ଲୋକେ କଷ୍ଟ.ଏପରିକି ବର୍ଷା ଜଳ ଜମାଟ ଯୋଗୁ ଲୋକ ଙ୍କୁ ଘାରିଛି ଡେଙ୍ଗୁ ମେଲେରିଆ ର ଭୟ.କିଛି ୱାର୍ଡ ର ଅଧିବାସୀ ଏପରି ଅଛନ୍ତି ତ ନକହିବା ଭଲ. ମାସ ମାସ ଧରି କୁଆଡେ ବିତୁଛି ଜଳବନ୍ଦୀ ଜୀବନ. ଏଭଳି ମଧ୍ୟ ଅଭିଯୋଗ ଆସିଛି ୱାର୍ଡ ୧୩ ନମ୍ବର ରୁ. ସବୁଠାରୁ ବଡ଼ କଥା ହେଲା ଖୋଦ ବିଧାୟକ ଙ୍କ ୱାର୍ଡ ଅନ୍ୟପଟେ ଖୋଦ ନଗରପାଳ ମାଣିକ ସାହୁ ଙ୍କ ବାସ ଭବନ ସମ୍ମୁଖରେ ଜମାଟ ରହିଛି ଆଣ୍ଠିଏ ବହଳ ର ବର୍ଷା ଜଳ ଯାହା ନଦୀ ଗାଡ଼ିଆ ର ଭ୍ରମ ସୃଷ୍ଟି କରୁଛି. କିଭଳି ସହରାଞ୍ଚଳ ଅଧିବାସୀ ଙ୍କୁ ଏ ଜଳବନ୍ଦୀ ଜୀବନ ରୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରହିଛି ବୋଲି ଗଣମାଧ୍ୟମ ଙ୍କ ପ୍ରଶ୍ନ ରେ ପ୍ରତିକ୍ରିୟା ରଖିଛନ୍ତି ଉପନରପାଳ ସନ୍ତୋଷ ରଣା. ଯେଉଁ ଯେଉଁ ସ୍ଥାନ ରେ ବର୍ଷା ଜଳ ଗଛିତ ରହିଛି ଓ ଯେଉଁ ଡ୍ରେନ ଗୁଡିକ ଜାମ ରହିଛି ତାହା ପାଇଁ କର୍ମଚାରୀ ନିୟୋଜିତ ରହିଛନ୍ତି ଖୁବ ଶୀଘ୍ର ବର୍ଷା ଜଳ ନିଷ୍କାସନ ପାଇଁ ସମସ୍ତ ବିକଳ୍ପ ବ୍ୟବସ୍ଥା ଆପଣାଇବ ବାଙ୍କୀ ଏନଏସି.
ଏହାରି ମଧ୍ୟରେ ବିଧାୟକ ସୋସିଆଲ ମିଡ଼ିଆ ପୋଷ୍ଟ କୁ ନେଇ ବାଙ୍କୀ କୁ କଟାକ୍ଷ କରିଛନ୍ତି ଯୁବ କଂଗ୍ରେସ ନେତା ରମାକାନ୍ତ ସେଠି. ଶ୍ରୀଯୁକ୍ତ ସେଠୀ କହିଛନ୍ତି କାମ ରେ ବିଧାୟକ ଏକ ନମ୍ବର ନାଁ କେବଳ ସୋସିଆଲ ମିଡ଼ିଆ ରେ ଫଟୋ ଉଠାଉ ଛାଡିବା ରେ ରହିଛନ୍ତି ଏକ ନମ୍ବର. ଏହା ଉପରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ.
ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି ସହରାଞ୍ଚଳ ଅଧିବାସୀ !!!

