କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କନ୍ଦରପୁର ଠାରେ ଏକ ବ୍ଲକ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାସ୍ଥ୍ୟମେଳାରେ ସ୍ତ୍ରୀ ରୋଗ, ଅଣ ସଂକ୍ରମିତ ରୋଗ ନିଦାନ, ଅଣ ସଂକ୍ରମିତ ରୋଗ ପରୀକ୍ଷା , ଶିଶୁ ଟୀକାକରଣ ଓ ପରିବାର ନିୟୋଜନ ପରାମର୍ଶ , ମାନସିକ ରୋଗ ଓ ଚକ୍ଷୁ ପରୀକ୍ଷା , ଦାନ୍ତ ରୋଗ ପ୍ରଭୁତି ୧୮ ଟି ବିଭାଗରେ ରୋଗୀ ମାନଙ୍କର ବିଭିନ୍ନ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା । ଏଥି ସହିତ ଟେଲି ଯୋଗାଯୋଗ ମାଧ୍ୟମରେ ମଧ୍ୟ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ ବୋଲି ଡ଼ାଃ ସାହୁ ସୂଚନା ଦେଇଛନ୍ତି । ଏହି ସ୍ୱାସ୍ଥ୍ୟମେଳା କୁ କଟକ ସଦର ବିଡ଼ିଓ ରାଜୀବ ଲୋଚନ ପରିଡ଼ା ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଲି , ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର , କନ୍ଦରପୁର ସରପଞ୍ଚ ସୁଭାଷିନୀ ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ , ଆୟତପୁର ସରପଞ୍ଚ ରାକେଶ ବେହେରା , ପରମହଂସ ସରପଞ୍ଚ ଅଶୋକ ପାତ୍ର, ସିଡ଼ିପିଓ ଶ୍ରୀମତୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟମେଳାକୁ ଆୟୁଷ ଡାକ୍ତର ଶୁଭାଶିଷ ଶତପଥି , ଡ଼ାଃ ସଞ୍ଜୀବ ମହାନ୍ତି ଙ୍କ ସହ ସ୍ୱାସ୍ଥ୍ୟ ସୁପରଭାଇଜର ସଂଧ୍ୟାରାଣି ଦାଶ , ଶିବାନୀ ବୋଷ , ଭାରତୀ ଦାସ , ଜୟଶ୍ରୀ ଦାଶ , ଲୋପାମୁଦ୍ରା ସିଂହ , ମଙ୍ଗୁଳି ସେନ ବେହେରାଙ୍କ ସମେତ ଅନେକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିଚାଳନା କରିଥିଲେ । ଏଥିରେ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା , ଯୁବନେତା କାଳନ୍ଦୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
କନ୍ଦରପୁର ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ !!!

