କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦରବୃଦ୍ଧି ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରି ସିପିଏମ୍ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି । ସେଥି ସହିତ ଆଜି ତୃତୀୟ ଦିନର ପଥପ୍ରାନ୍ତ ସଭା ଜଗତପୁରଠାରେ ଧରଣୀ ଧର ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନଗର କମିଟି ସମ୍ପାଦକ ପ୍ରତାପ ମହାପାତ୍ର , ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ , ଚନ୍ଦ୍ରକାନ୍ତ ବେହେରା, ବିରଞ୍ଚି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖି ଦରଦାମ ବୃଦ୍ଧି ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ଵାନ ଦେଇଥିଲେ ।
ଦରବୃଦ୍ଧି ବିରୁଦ୍ଧରେ ସିପିଏମ୍ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ !!!

