ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲା ସ୍ତରୀୟ 131 ତମ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ, ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା , ଅମ୍ଳାନ ବ୍ୟକ୍ତିତ୍ୱ , ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ବାକ୍ଷର ବହନ କରୁଥିବା ଉତ୍କଳ ପୁରୁଷ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ 131 ତମ ଜୟନ୍ତୀ ପାଳିତ ହୋଇଯାଇଛି । ତାଙ୍କ ପବିତ୍ର ଜନ୍ମ-ମାଟି ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ଅବସରରେ ବଜାର ଛକ ଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପାରଳା ରାଜକୁମାରୀ ସୁଶ୍ରୀ କଲ୍ୟାଣୀ ଦେବୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବସିଂ, ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ପ୍ରଦୀପ ନାୟକ , ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀ ଲେଙ୍କା ମଧୁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେହିପରି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧିପୀଠ ଠାରେ ମହାରାଣୀ କଲ୍ୟାଣୀ ଦେବୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସେବା ନିବୃତ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ ଶିଶା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଦେଇ ମହାନ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ବରସ୍ବତୀ ଶିଶୁ ବିଦ୍ୟାଳୟ , ପାଇକ ଆଖଡ଼ା ଦଳ , ବୀର ବାଦ୍ୟ ଦଳ ପ୍ରମୁଖ ସହର ପରିକ୍ରମା କରିଥିଲେ । ସନ୍ଧ୍ୟା 5ଘଣ୍ଟା ସମୟରେ ଉତ୍କଳ ହିତୈଷିଣୀ ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଶ୍ରୀ ଗାବରା ତ୍ରିପତି ରାଓ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ମୁଖ୍ୟ ଭୂମିକା ଥିଲା ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ମହାରାଜା ଅଞ୍ଚଳ ପାଇଁ ବିକାଶ, ଉନ୍ନତି, ନିରପେକ୍ଷ ଭାବେ ରାଜ୍ୟ ଶାସନ ଏବଂ ସମସ୍ତଙ୍କୁ ନେଇ ବିକାଶ କରିବା ତାଙ୍କର ମୂଳମନ୍ତ୍ର ଥିଲା l ଏହି ଅନୁଷ୍ଠାନ ତରଫରୁ ଗୋଲଟେବୁଲ ବୈଠକରେ ପଠାଯାଇଥିଲା l ଏହି ଅନୁଷ୍ଠାନ ତରଫରୁ ରାଜ୍ୟ ଗଠନ ପଠା ଯାଇଥିଲା l ତେଣୁ ଆମ୍ଭେ ଗର୍ବିତ ମନେ କରୁଛୁ ବୋଲି କହିଥିଲେ l ସେହିପରି, ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଓଏସଡି ଶ୍ରୀ କିରଣ ମହାନ୍ତି, ଶ୍ରୀ ଭାଗବତ ପାଢ଼ୀ, ଶ୍ରୀ ଭାରତ ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭୂମିକା, ଓଡିଆ ଭାଷା ପାଇଁ ତାଙ୍କର ଅବଦାନ, କୃଷି, ଶିକ୍ଷା, ଶିଳ୍ପ, ମେଡିକାଲ କଲେଜ ଆଦି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହିକାର୍ଯ୍ୟକ୍ରମକୁ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ଶ୍ରୀ ବିଚିତ୍ର ନନ୍ଦ ଵେବର୍ତ୍ତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା, ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ l ମହାରାଜାଙ୍କ ଜୟନ୍ତି ଅବସରରେ ହୋଇଥିବା ଓଡିଆ ବକୃତା ପ୍ରତିଯୋଗିତାର କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *