ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ନେଇ ଲାଗି ରହିଛି ରାଜନୈତିକ ଉଷ୍ମତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଜେଡ଼ି ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ନେଇ ଲାଗି ରହିଛି ରାଜନୈତିକ ଉଷ୍ମତା । କେତେବେଳେ ଫଳକ ଭଙ୍ଗା ଘଟଣା କୁ ନେଇ , ତ କେତେବେଳେ ନର୍ସରୀ ରେ ଭୋଜି କୁ ନେଇ । ଶୁଣାଯାଏ ବିଜେଡ଼ି ହାଇକମାଣ୍ଡଙ୍କ ନିକଟରେ ବିଧାୟକ ରମେଶ ବେହେରା ଙ୍କ ଭାବମୂର୍ତ୍ତି ବହୁତ ଭଲ । ତାଙ୍କ ବିରୁଦ୍ଧରେ କୈାଣସି ଦୁର୍ନୀତି କିମ୍ବା ଭ୍ରଷ୍ଟାଚାର ର ଅଭିଯୋଗ ନାହିଁ ଦଳୀୟ ହାଇକମାଣ୍ଡଙ୍କ ପାଖରେ । ବିଶେଷ ସୂତ୍ରରୁ ପ୍ରକାଶ ରମେଶ ବେହେରା ଙ୍କୁ ବଦନାମ କରିବା ପାଇଁ ନୟାଗଡ଼ ଜିଲ୍ଲାର କିଛି ବରିଷ୍ଠ ନେତା ଗୋଟି ଚଳାଇଛନ୍ତି । ଜିଲ୍ଲାରେ ନିଜର ଦବ ଦବା ବଜାୟ ରଖିବାକୁ ଏହି ନେତା ମାନେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିରୋଧୀ ଏବଂ ସମାନ୍ତରାଳ ଗୋଷ୍ଠୀ ସୃଷ୍ଟି କରି ଶ୍ରୀ ବେହେରା ଙ୍କୁ ବଦନାମ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବଦନାମ କରିବା ପାଇଁ ଏହି କୁଚକ୍ରି ନେତା ମାନେ କେତେଦୂର ସଫଳ ହେଉଛନ୍ତି ।

Leave a Reply

Your email address will not be published. Required fields are marked *