ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମହିଳା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ କେନ୍ଦୁପଲ୍ଲୀ ଗାଁ ‘ର ମହିଳା । ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଁରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି । ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଫଳରେ ଗାଁ ‘ର ପୁରୁଷ ମାନେ ମଦ ପିଇ ନିୟମିତ ମହିଳାଙ୍କୁ ବାଡ଼ିଆ ପିଟା କରୁଛନ୍ତି । ଏହି ମଦ ଯୋଗୁ ହିଁ ଘରୋଇ ହିଂସା ବଢ଼ୁଥିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ସେମାନଙ୍କ ଅଭିଯୋଗ ନ ଶୁଣିବାରୁ ଆଜି ବାଧ୍ୟ ହୋଇ ମହିଳା ମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିବା କହିଛନ୍ତି । ବେଆଇନ ମଦ ଦୋକାନ ବନ୍ଦ ପାଇଁ ମହିଳା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ମଦ ଦୋକାନ ବନ୍ଦ ନ ହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମହିଳାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *