ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ସକାଳୁ କୃଷକ ମାନେ ସୁସଜ୍ଜିତ ଗଉଣୀରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବା ସହ ପ୍ରଥମେ ଭୂମି ପୂଜନ କରି ମାଆ ଲକ୍ଷ୍ମୀ ଙ୍କୁ ସୁମରଣା କରିବା ପରେ ଜମି ହଳ ବିହନ ଅନୁକୂଳ କରିଛନ୍ତି । ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ସମାରୋହ ଆର. ଉଦୟଗିରି ବ୍ଳକ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ ଚନ୍ଦ୍ର ନାୟକ, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ସଂଗ୍ରାମ ପରମ ଗୁରୁ , ସି ଡି ଭି ଓ ଗିରିଶ ଚନ୍ଦ୍ର ମହାନ୍ତି, ସରକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ , ଆର.ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ,ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା କୃଷି ଅଧିକାରୀ ଇରେନିଏସ ପ୍ରଧାନ, ସହକାରୀ କୃଷି ଅଧିକାରୀ ସରୋଜ ପାତ୍ରଙ୍କ ସମେତ ବହୁ ଜନ ପ୍ରତିନିଧି, କୃଷି କର୍ମଚାରୀ ଚାଷି ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ଗଜପତି ରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ସମାରୋହ !!!

