ବାଇକରୁ ଖସିପଡି ମହିଳା ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁର୍ଗାପୁର ପାଖ ମୁଖ୍ୟ ରାସ୍ତାରେ ବାଇକରୁ ଖସିପଡି ମହିଳା ଗୁରୁତର ଆହତ . ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ମନମୋହନ ମହାନ୍ତ ଙ୍କର ବୁଧବାର ଅକାଳ ବିୟୋଗ ହୋଇଥିବା ଖବର ଶୁଣି ତାଙ୍କର ବଡ ଝିଅ ଭାରତୀ ମହାନ୍ତ ବାପା ଙ୍କ ଶେଷ ଦର୍ଶନ କରିବା ନିମନ୍ତେ ଶାଶୁ ଘର କରଞ୍ଜିଆରୁ ନିଜ ଘରକୁ ଯାଉଥିଲେ . କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ଛକ ପାଖ ମୁଖ୍ୟ ରାସ୍ତାରେ ବାଇକରୁ ଖସିପଡି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପରିବାର ବର୍ଗଙ୍କ ସହାୟତାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି .

Leave a Reply

Your email address will not be published. Required fields are marked *