ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅପରାଧ କୁ ନେଇ ବାଙ୍କୀ ରେ ରାଜନୈତିକ ଟଣାଓଟରା ଚାଲିଥିବା ସମୟରେ ସେଥିରେ ଯୋଡି ହେଇଛି ଆଉ ଏକ ଫର୍ଦ . ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସାକାଣ୍ଡ . ସଙ୍ଘବଦ୍ଧ ଆକ୍ରମଣରେ ୮ ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ମିଳିଛି . ଆହତ ମାନେ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି . ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି . କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତର ନୂଆଗାଁରେ ରାଜନୈତିକ ହିଂସାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ପୂର୍ବତନ ସରପଞ୍ଚ ଙ୍କ ସମେତ ଆଠରୁ ଉର୍ଦ୍ଧ ଆହତ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କିଛି ଗୁରୁତର ଆହତଙ୍କୁ କଟକ ଏସିବି କୁ କରାଯାଇଛି ସ୍ଥାନାନ୍ତର କରାଯାଇଛି . ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଁଚି ଚଳାଇଛି ତଦନ୍ତ । ପରିସ୍ଥିତି ଏବେ ରହିଛି ନିୟନ୍ତ୍ରଣାଧୀନ । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତିରେ ରାଜନୈତିକ ଆକ୍ରୋଶ ରଖି ଗାଁ ର କିଛି ରାଜନୈତିକ ଗୋଷ୍ଠି ର ପୂର୍ବତନ ସରପଞ୍ଚ ଘର କବାଟ ବାଡ଼ା ବାଡି କରିଥଲେ . ଆଜି ସକାଳେ ପୁର୍ବତନ ସରପଞ୍ଚଙ୍କ ସମେତ ତାଙ୍କ ପରିବାର ଓ ସମ୍ପର୍କୀୟ ୮ ଜଣରୁ ଉର୍ଦ୍ଧ ସଦସ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ସିଧାସଳଖ ପୂର୍ବତନ ସରପଞ୍ଚ ଓ ଆହତକାରୀ ଅଭିଯୋଗ ଆଣିଛନ୍ତି . ଏବେ ଆହତ ମାନଙ୍କ ଦାବି ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ଆଉ ସେମାନଙ୍କୁ ନ୍ୟାୟ ସହିତ ସୁରକ୍ଷା ଯୋଗାଇ ଦିଆଯାଉ .

