୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଦାବିରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ଜନ ସମାବେଶ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାର ଠାରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଦାବିରେ ଏକ ଜନ ସମାବେଶର ଆୟୋଜନ ହୋଇଥିଲା । ଆଡଭୋକେଟ ପ୍ରମୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଦିଲୀପ ଦାସ, ସମାଜସେବୀ କୃଷ୍ଣା ମହାନ୍ତି, ଅଭିମନ୍ୟୁ ସ୍ୱାଇଁ, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ରାଣୀଗୋଡା ସରପଞ୍ଚ ପ୍ରକାଶ ଦେହୁରି , ଜୟାସେନ ମେହେର, ପଦ୍ମ ଚରଣ ସାମଲ, ଜିତେନ୍ଦ୍ର ଗୁପ୍ତାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ । ରାଜପଥ ନିର୍ମାଣ ରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣାରେ ବହୁ ଲୋକ ମୃତାହତ ହେବା ସହିତ ରାସ୍ତା ଖରାପ ଯୋଗୁଁ ବାୟୁ ପ୍ରଦୂଷଣ ବଢୁଛି ଏବଂ ଏହା ଦ୍ୱାରା ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଥିଲେ । ତୁରନ୍ତ ଏ ସମସ୍ୟାର ସମାଧାନ ନ ହେଲେ ମେ ୩୧ ରେ କମିଟି ରାଜପଥ ଅବରୋଧ କରିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *